ରେଳପଥ ପାଇଁ ଖଇରପୁଟ ତହସିଲ ପକ୍ଷରୁ ଜମି ଅଧିଗ୍ରହଣ ଆରମ୍ଭ

ମାଲକାନଗିରି: ରେଳପଥ ପାଇଁ ମାଲକାନଗିରି ଜିଲ୍ଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଏକ ପ୍ରକାର ଆରମ୍ଭ ହୋଇସାରିଲାଣି। ଜୟପୁର ଠାରୁ ମାଲକାନଗିରି ୧୩୦ କିଲୋମିଟର ଜମି ଅଧିଗ୍ରହଣ ହେବାକୁ ରହିଛି। ସେଥିମଧ୍ୟରୁ ଜୟପୁର, ବୈପାରିଗୁଡା, ଖଇରପୁଟ, ମାଥିଲି ଏବଂ ମାଲକାନଗିରି ତହସିଲ ପକ୍ଷରୁ ଏହି ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି।

ଗତ ଦୁଇ ଦିନ ହେଲା ଖଇରପୁଟ ତହସିଲ ପକ୍ଷରୁ ତହସିଲଦାର ରାମ କୃ୍ଷ୍ଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଲୁନଖାଲି ଠାର ଖେମାଗୁଡା ପର୍ଯ୍ୟନ୍ତ ୨୨ କିଲୋମିଟର ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଏହି ୨୨ କିଲୋମିଟିର ମଧ୍ୟରେ ବାହାଦୁରଗୁଡା, ନୂଆଗୁଡା, କୁସୁମପୁଟ, ଚାପଲାପଡା, ପାରୁଗୁଡା, ଲୁନଖାରି ପ୍ରମୁଖ ଗ୍ରାମ ରହିଛି। ଆଉ କିଛି ଦିନ ମଧ୍ୟରେ ଏହା ସମାପ୍ତ ହୋଇଯିବା ବୋଲି ତହିସିଲଦାର ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଏହିପରି ଯଦି ମାଥିଲି ଏବଂ ମାଲାକନଗିରି ତହସିଲ ପକ୍ଷରୁ ମଧ୍ୟ ଯତାଶୀଘ୍ର ରେଳପଥ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଗଲେ ଖୁବଶୀଘ୍ର ରେଳପଥ କାମ ଆରମ୍ଭ ହେବ ବୋଲି କୁହାଯାଇଛି।

ତେବେ ୨୦୧୬ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟର କାମ ଧିମା ଚାଲୁଥିବା ବେଳେ ଏବେ ଏଥିରେ ତତ୍ପରତା ଦେଖାଦେଇଛି। ଜମିଅଧିଗ୍ରହଣ ବେଲେ ତହସିଲ ପକ୍ଷରୁ ସୁପରଭାଇଜର କାମେଶ୍ବର ପଣ୍ଡିତ, ଆରଆଇ ମୀନତି ବେହେରା, ଅମିନ ସୁଶାନ୍ତ ମହାରଣା, ଲଚିମ କିରସାନି, ଈଶ୍ୱର ଚାଲାଣ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର