ଭୁବନେଶ୍ବରରେ ଲକ୍ଷ୍ମୀ ମିତ୍ତଲ

ଭୁବନେଶ୍ବର : ବିଶ୍ବସ୍ତରୀୟ ଇସ୍ପାତ କଂପାନି ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତ୍ତଲ ଭୁବନେଶ୍ବର ଆସିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ତାଙ୍କର ଏକ ସହଯୋଗୀ ସଂସ୍ଥା ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ (ଏଏମ୍‌ଏନ୍ଏସ୍‌) ୫୦ ହଜାର କୋଟି ଟଙ୍କା ବିନିଯୋଗରେ ଏକ ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଥିବାରୁ ଶ୍ରୀ ମିତ୍ତଲଙ୍କ ଏହି ଗସ୍ତ ବେଶ ଗୁରୁତ୍ବ ରଖୁଛି। ଏହି ପ୍ରକଳ୍ପ ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଏଏମ୍ଏନ୍‌ଏସ୍‌ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରାଯାଇଥିଲା। ପାରାଦୀପରେ ଥିବା ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ପେଲେଟାଇଜେସନ୍ ପ୍ଲାଣ୍ଟ୍‌ର କ୍ଷମତାକୁ ୧୨ ନିୟୁତ ଟନ୍‌ ପର୍ଯ୍ୟନ୍ତ ବୃଦ୍ଧି କରିବା ଓ କେନ୍ଦୁଝରରେ ଥିବା ବେନିଫିକେସନ୍ ପ୍ଲାଣ୍ଟ୍‌ରେ ମଧ୍ୟ ତାଙ୍କ ସଂସ୍ଥା ନିବେଶ କରିବାର ଯୋଜନା ରଖିଛି। ଏହି ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି। ଗତକାଲି ସେ ନୂଆଦିଲ୍ଲୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଥିଲେ।

ସମ୍ବନ୍ଧିତ ଖବର