ଛାତ୍ରଛାତ୍ରୀ କେମିତି ଦେବେ ପରୀକ୍ଷା, ଦାୟିତ୍ୱ ନେବେ ଅଧ୍ୟାପକ/ଅଧ୍ୟାପିକା

ଭୁବନେଶ୍ୱର: ୟୁଜି/ପିଜି ପରୀକ୍ଷା ନେଇ ଆଜି ସବୁ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ | ଆଉ ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ପିଲାମାନେ କିଭଳି ପରୀକ୍ଷା ଦେବେ ସେଥିପାଇଁ ଅଧ୍ୟାପକ/ଅଧ୍ୟାପିକାଙ୍କୁ ଦାୟିତ୍ୱ ଦିଆଯାଇଛି | ପିଲାମାନଙ୍କ ମେଣ୍ଟର ଦାୟିତ୍ୱ ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ନିର୍ଦ୍ଦିଷ୍ଟ କଲେଜର ଅଧ୍ୟାପକ/ଅଧ୍ୟାପିକା ଓ ଛାତ୍ର ସଂଖ୍ୟା ଦେଖି ମେଣ୍ଟର ବ୍ୟବସ୍ଥା କରାଯିବ | ପ୍ରତି ଅଧ୍ୟାପକ/ଅଧ୍ୟାପିକାଙ୍କ ଦାୟିତ୍ୱରେ ନିର୍ଦ୍ଦିଷ୍ଟ ସଂଖ୍ୟକ ପିଲା ରହିବେ ଓ ସେମାନେ କିଭଳି ସୁରୁଖୁରୁରେ ପରୀକ୍ଷା ଦେଇପାରିବେ ସେ କଥା ବୁଝିବେ | ଅନଲାଇନରେ ହେବାକୁ ଥିବା ପରୀକ୍ଷା କିଭଳି ପିଲାମାନେ ଦେଇପାରିବେ ସେକଥା ମେଣ୍ଟର ବୁଝିବେ |

DNA India

ଆଜିଠାରୁ ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ଏଭଳି ଦାୟିତ୍ୱ ଦିଆଯାଇଥିବାର ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି | କରୋନା ମହାମାରୀ ଯୋଗୁଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନଲାଇନ ପାଠପଢ଼ା ଚାଲିଛି । ଜୁନ ସୁଦ୍ଧା ସମସ୍ତ କୋର୍ସ ଶେଷ ହୋଇଯିବ । ତେବେ ଚଳିତବର୍ଷ ଅନଲାଇନରେ ପରୀକ୍ଷା ହେବାକୁ ଥିବାବେଳେ ଛାତ୍ରଛାତ୍ରୀମାନେ ଦ୍ବନ୍ଦରେ ଥିଲେ |

ଉପାନ୍ତ ଅଂଚଳରେ ମୋବାଇଲ ନେଟୱାର୍କ ନଥିବାବେଳେ ସମସ୍ତଙ୍କ ପାଖରେ ମୋବାଇଲ ନଥିବାରୁ କିଭଳି ଅନଲାଇନ ପରୀକ୍ଷା ପିଲାମାନେ ଦେଇପାରିବେ ସେନେଇ ଆଜି ଆଲୋଚନା ହୋଇଥିଲା |

ସମ୍ବନ୍ଧିତ ଖବର