‘ଆଜାଦ କି ଅମୃତ’ ମହୋତ୍ସବ ପାଳନ କରିବାକୁ ଚିଠି

ଭୁବନେଶ୍ବର : ‘ଆଜାଦ କି ଅମୃତ’ ମହୋତ୍ସବ ପାଳନ କରିବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି। ୟୁଜିସି ପକ୍ଷରୁ ଲେଖା ଯାଇଥିବା ଚିଠିରେ କୁହାଯାଇଛି ଯେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାଣ୍ଡିଯାତ୍ରାର ଶୁଭାରମ୍ଭ କରିବେ। ଏହି ଯାତ୍ରା ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏହାକୁ ପାଳନ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦାଣ୍ଡିଯାତ୍ରା ଯାଉଥିବା ମାର୍ଗରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରିବେ। ଦାଣ୍ଡିଯାତ୍ରା‌ ମାର୍ଗରେ ଅବସ୍ଥିତ ବିଶ୍ୱବିଦ୍ୟାଳୟ/ମହାବିଦ୍ୟାଳୟ ଭାଗ ନେଇ ବିଭିନ୍ନ ପ୍ରତିଯୋଗିତା କରିବେ। ଏହାବ୍ୟତୀତ ଉତ୍ସବ ପାଳନ ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନ ସେମାନଙ୍କର ସ୍ବତନ୍ତ୍ର ଯୋଜନା କରିବେ। ଶିକ୍ଷାନୁଷ୍ଠାନଗୁଡ଼ିକ ସର୍ବସାଧାରଣଙ୍କ ସହଭାଗିତାରେ କାର୍ଯ୍ୟକ୍ରମ ଆୟୋଜନ କରିବେ। କାର୍ଯ୍ୟକ୍ରମ ସରିବା ପରେ ତା’ର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର