କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ- ପୁଲିସ ଡିଜି

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୁଲିସ ସଫଳତା ପାଇ ପାରୁ ନାହିଁ। ଗୋଟିଏ ପଟେ ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ ମାଓବାଦୀମାନେ ମଧ୍ୟ ଅପରାଧୀମାନଙ୍କୁ ଗିରଫ କରିବା ଦାବିରେ ବନ୍ଦ ଡାକରା ଦେଇଛନ୍ତି। ଏହି ପରି ଅବସ୍ଥାରେ ପୁଲିସ ଗତ ଦୁଇ ଦିନ ତଳେ ଅଟକ ରଖିଥିବା ପୀଡ଼ିୀତାଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ୩ ଜଣଙ୍କୁ ଛାଡ଼ି ଦେଇଥିବା ବେଳେ ଆଜି ପୁଲିସ ମହା ନିର୍ଦ୍ଦେଶକ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପୁଲିସ ମହାନିର୍ଦ୍ଦେଶକ ଡା. ଆରପି ଶର୍ମା କହିଛନ୍ତି କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ଲାଏ ଡିଟେକସନ ଟେଷ୍ଟ କରାଯିବ। ପୀଡିତା ବାରମ୍ବାର ବୟାନ ବଦଳାଉଥିବା ଯୋଗୁଁ ତାଙ୍କ ଲାଏ ଡିଟେକସନ ଟେଷ୍ଟ କରାଯିବ ବୋଲି ଡିଜି ସୂଚନା ଦେଇଛନ୍ତି । ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ । ଘଟଣା ପଛରେ ଯବାନଙ୍କ ହାତ ଥିବା ଅଭିଯୋଗ ହେଉଥିବା ବେଳେ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁଁ। ନାବାଳିକା ଗଣଦୁଷ୍କର୍ମ ମାମଲାରେ ଯବାନ କିମ୍ବା ମାଓବଦୀ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ତଦନ୍ତ ପ୍ରକ୍ରିୟା ଠିକ୍‌ ବାଟରେ ଯାଉଥିବା ଡା. ଶର୍ମା କହିଛନ୍ତି।

କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାର ପୀଡ଼ିତା ବାରମ୍ବାର ବୟାନ ବଦଳାଉଛନ୍ତି। ତେଣୁ ପ୍ରକୃତ ସତ୍ୟ ଜାଣିବା ପାଇଁ ନାବାଳିକା ପୀଡ଼ିତାଭ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ଆଜି ପୁଲିସ ମହାନିର୍ଦ୍ଦେଶକ ଡା. ଆର ପି ଶର୍ମା କହିଛନ୍ତି। ଅପରପକ୍ଷେ ଏହି ଘଟଣାରେ ଅଟକ ଥିବା ପୀଡ଼ିତାଙ୍କ ଜଣେ ସମ୍ପର୍କୀୟଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ କରାଯାଉଥିବା ଏବେ ଚର୍ଚ୍ଚା ହେଉଛି।

କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାସପ୍ତାହେ ପରେ ବି ପୁଲିସକୁ କୌଣସି ସଫଳତା ମିଳି ନାହିଁ। ପୁଲିସ ଅନ୍ଧାରରେ କେବଳ ବାଡ଼ି ବୁଲାଉଛି । ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ପୁଲିସ ପୀଡିତାଙ୍କ ସଂପର୍କୀୟଙ୍କୁ ବାରମ୍ବାର ଥାନାରେ ଅଟକ ରଖୁଥିବା ଅଭିଯୋଗ ହୋଇଛି ।ସେହିପରି ପୁଲିସ ଅଟକ ରଖିଥିବା ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ୩ ଜଣଙ୍କୁ ଛାଡ଼ି ଦେଇଥିବାବେଳେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବିଶ୍ୱାସଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପେୀଡ଼ିତାଙ୍କ ଯେଉଁ ସମ୍ପର୍କୀୟଙ୍କୁ ପୁଲିସ ଅଟକ ରଖିଛି ତାଙ୍କୁ  ଭୁବନେଶ୍ୱର ଆଣି ଆଜି ଲାଏ ଡଇଟେକ୍ସନ ଟେଷ୍ଟ କରୁଛି।

ଦିନ ଗଡିବା ସହ କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ସନ୍ଦେହ ବଢ଼ିବାରେ ଲାଗିଛି । ଏହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି। କଂଗ୍ରେସ ପକ୍ଷରୁ କୋରାପୁଟ ଜିଲ୍ଲାରେ ୭ ଘଣ୍ଟିିଆ ବନ୍ଦ ପାଳନ ସହିତ କୁନ୍ଦୁଲି ହାଟପଦାରୁ କୋରାପୁଟ ଯାଏଁ ର୍ନିଭୟା ସନ୍ଦେଶ ପଦଯାତ୍ରା କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରାଯାଇଥିଲା।

ଗୁରୁତ୍ୱପୂର୍ଣ୍ଣ ହେଉଛି ଏପରି ଏକ ସମ୍ବେଦନଶୀଳ ଘଟଣାରେ ନିଜ ଆଡୁ ଅନୁସନ୍ଧାନ କରୁଥିବା ମହିଳା କମିସନର ୪ ଜଣିଆ ଟିମ ପୀଡିତାଙ୍କ ସହ ଆଲୋଚନା କରିଥିବା ବେଳେ ହସ୍ପିଟାଲ, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କଠାରୁ ତଥ୍ୟ ଯୋଗାଡ କରିଛନ୍ତି।ଆଗାମୀ ୨/୩ ଦିନ ଭିତରେ ରିପୋର୍ଟ ଆସିବା ପରେ ଯାହାକିଛି ପଦକ୍ଷେପ ନେବେ ବୋଲି କହିଛନ୍ତି କମିଶନର ଅଧ୍ୟକ୍ଷା।

 

ସମ୍ବନ୍ଧିତ ଖବର