କ୍ରିକେଟଖେଳ ବେଳେ ବଜ୍ରପାତ, ଯୁବକ ମୃତ

ତୁଷୁରା : ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଘୁନା ପଞ୍ଚାୟତ ଟାପସୁଗୁଡ଼ା ଗାଁରେ କ୍ରିକେଟ ଖେଳ ଚାଲିଥିବାବେଳେ ବଜ୍ରପାତରେ ଶ୍ରୀନିବାସୀ ଭୋଇ (୨୬) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଶନିବାର ଟାପସୁଗୁଡ଼ା ଗାଁର କିଛି ଯୁବକ ଅପରାହ୍ନରେ ଗାଁ ନିକଟ ଖେଳପଡ଼ିଆରେ କ୍ରିକେଟ ଖେଳୁଥିଲେ। ଏହି ସମୟ ହଠାତ୍‌ ଜୋର୍‌ରେ ପବନ ବହିବା ସହ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ଶ୍ରୀନିବାସ ଟଳିପଡ଼ିଥିଲେ। ସାଥୀ ଖେଳାଳି ଓ ଗ୍ରାମବାସୀ ସଙ୍ଗେ ସଙ୍ଗେ ତାଙ୍କୁ ଗୁଡ଼ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବିବାର ବଲାଙ୍ଗୀରରେ ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର