ବିଜେଡି ଛାତ୍ର ସଂଗଠନ ତାଲିକା ପ୍ରକାଶ : ବିଶାଳ ଟିମ୍‌ରେ ୩ କାର୍ଯ୍ୟକାରୀ ସଭାପତି

ଈପ୍‌ସିତା ସାହୁ ହେଲେ ମହାସଚିବ
୬ଟି ଜୋନ୍‌ରେ ବିଭକ୍ତ, ତାଲିକାରେ ୩୨ ସାଂଗଠନିକ ଜିଲ୍ଲା ଛାତ୍ର ସଭାପତିଙ୍କ ନାମ

ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ତାର ନବଗଠିତ ଛାତ୍ର ସଂଗଠନର ବିଭିନ୍ନ କର୍ମକର୍ତ୍ତାଙ୍କ ତାଲିକା ପ୍ରକାଶ କରିଛି। ୩ ଜଣ କାର୍ଯ୍ୟକାରୀ ସଭାପତିଙ୍କ ବ୍ୟତୀତ ଜଣେ ଛାତ୍ରୀ ନେତ୍ରୀଙ୍କୁ ମହାସଚିବ ବା ସେକ୍ରେଟାରି ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି। କେବଳ ସେତିକି ନୁହେଁ, ଏହି ତାଲିକାରେ ୩ ଜଣଙ୍କୁ ବରିଷ୍ଠ ଉପସଭାପତି ରହିଥିବାବେଳେ ସମଗ୍ର ରାଜ୍ୟକୁ ୬ଟି ଜୋନରେ ବିଭକ୍ତ କରି ଜଣେ ଲେଖାଏଁ ଛାତ୍ର ନେତାଙ୍କୁ ଦାୟିତ୍ବ ଦିଆଯାଇଛି। ଏମାନଙ୍କ ବ୍ୟତୀତ ୧୧ ଜଣ ଉପସଭାପତି, ୪୦ ଜଣ ସାଧାରଣ ସଂପାଦକ, ୪୪ ଜଣ ସଂପାଦକ, ୩୩ ଜଣ ଯୁଗ୍ମ ସଂପାଦକଙ୍କୁ ନେଇ ବିଶାଳ ଟିମ୍ ଗଠନ କରାଯାଇଛି। ୩୨ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତି ଚୟନ କରାଯାଇଥିବା ବେଳେ ଏଥିରେ ବି ଜଗତସିଂହପୁର, ବାଲେଶ୍ବର ଜିଲ୍ଲା ପାଇଁ କାହାକୁ ନିଯୁକ୍ତି ଦିଆଯାଇନାହିଁ। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତ ପରେ ଛାତ୍ର ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ତଥା ବିଧାୟକ ବ୍ୟୋମକେଶ ରାୟଙ୍କ ଦସ୍ତଖତରେ ଏହି ତାଲିକା ଜାରି କରାଯାଇଛି।

ସୂଚନା ଅନୁସାରେ, ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା ଓ ରାଜେଶ ସ୍ବାଇଁ କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରିବେ। ଈପ୍‌ସିତା ସାହୁଙ୍କୁ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଅଜିତ ବେହେରା, ବିଶ୍ବପ୍ରତାପ ସାହୁ ଓ ସ୍ବାଗତିକା ମହାନ୍ତି ଯଥାକ୍ରମେ ବରିଷ୍ଠ ଉପସଭାପତି ଭାବେ କାର୍ଯ୍ୟ କରିବେ। ଭୁବନେଶ୍ବର ଜୋନ୍ ସଭାପତି ଭାବେ ଭଗବାନ ସାହୁ, କଟକ ଜୋନ୍‌ର ସ୍ମୃତିରଂଜନ ଦାସ, ଗଞ୍ଜାମ ଜୋନ୍‌ର ଜ୍ୟୋତିରଂଜନ ସାହୁ, ସମ୍ବଲପୁର ଜୋନ୍‌ର ମିଲନ ହୋତା, ବଲାଙ୍ଗୀର ଜୋନ୍‌ର ଚିରାଗ ସିଂହଦେଓ ଓ କୋରାପୁଟ ଜୋନ୍‌ର ସିରାଜ ଖଣ୍ଡପାଣି ନିଯୁକ୍ତି ପାଇଛନ୍ତି। ୧୧ଜଣିଆ ଉପସଭାପତି ତାଲିକାରେ ଅପୂର୍ବ ଅପରୂପା, ବୈଶାଖୀ ନନ୍ଦ, ସ୍ଥିତପ୍ରଜ୍ଞ ଦାସ, ଅବିନାଶ ପଟେଲ, କମଳଜ୍ୟୋତି ଦାସ, ଚିନ୍ମୟ ଦାସ, ପ୍ରଦୋଷ ପରିଡା, ବିଜୟ ବସନ୍ତିଆ, ଶିବବ୍ରତ ନାୟକ, ଭବାନୀ ଶଙ୍କର ସାହୁ, ଭବାନୀ ଶଙ୍କର ଦାସଙ୍କ ନାମ ରହିଛି।

୪୦ ଜଣିଆ ସାଧାରଣ ସଂପାଦକ ତାଲିକାରେ ଯଥାକ୍ରମେ ଶୁଭ୍ରାଂଶୁ ପାଢୀ, ତଥାଗତ ସାମଲ, ତାରିଣୀ ସନ୍ଧିବିଗ୍ରହ, ଅବିନାଶ ବିଶୋଇ, ଦେବାଶିଷ ସ୍ବାଇଁ, ସମ୍ବିତ ବେହେରା, ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ, ଦେବସ୍ମିତା ଦାସ, ନିଶିତା ପ୍ରିୟଦର୍ଶିନୀ ବିଶ୍ବାଳ, ଶୁଭାଙ୍ଗୀ ରାୟ, ପ୍ରୀତି ପ୍ରିୟଙ୍କା, ଦୀପିକା ସାହୁ, ରଶ୍ମିତା ବେହେରା, ଶୁଭମ୍ କୁମାର ପଣ୍ଡା, ସଙ୍କେତ ରାୟ, ସଂଜୀବ ପୃଷ୍ଟି, ସନ୍ତୋଷ ମହାପାତ୍ର, ରବୀନ୍ଦ୍ର ପ୍ରଧାନ, ସୌମ୍ୟ ରଂଜନ ରାଉତ, ଅଭିଷେକ ମହାପାତ୍ର, ଜଗନ ଜେନା, ଲଲାଟ କେଶରୀ ଦାସ , ରକି ଦାସ, ଅଭିଷେକ ବେହେରା, ଅବିନାଶ ମହାନ୍ତି, ବି ମନୋଜ ଦୋରା, ଶ୍ରୀଚନ୍ଦନ ପାତ୍ର, ଦୀପକ ବେହେରା, ସୋଲାର ମିଶ୍ର, ହେମନ୍ତ କୁମାର ସାହୁ, ନାରାୟଣ ସିଂହ, ସୁଜିତ ପାଲଟାସିଂହ, ସୌମ୍ୟ ରଂଜନ ମହାପାତ୍ର, ମିକୁ ପ୍ରଧାନ, ଅରୂପ ଶ୍ରୀଚନ୍ଦନ, ସ୍ମୃତିରଂଜନ ସିଂହ, ଶକ୍ତି ରଥ, ସରୋଜ କୁମାର ସାହୁ, ପ୍ରଭାସୀ ପ୍ରଧାନ ଓ ନସିମ୍ ଖାଁ ଅଛନ୍ତି।

ସଂପାଦକ ଭାବେ ଦିବ୍ୟବ୍ରତ ମହାନ୍ତି, ଚନ୍ଦ୍ରକାନ୍ତ ସାହୁ, ଶିବାଜୀ ନାୟକ, ଅଭୟ ସିଂହ, ବିକାଶ ମହାନ୍ତ, ସ୍ନେହାଶିଷ ଜେନା, ନବଦୀପ ନାୟକ, ବିନାୟକ ପଲାଇ, ସୁମନ କୁମାର ନନ୍ଦ, ରଂଜିତ ଦାସ, ଗୌରବ ବାରିକି, ରାଜେଶ ଖୁଣ୍ଟିଆ, ସଂସଦ ନାୟକ, ଅଭିକ୍ କୁମାର, ରଶ୍ମୀରଂଜନ ପରିଡା, ସ୍ଥିତପ୍ରଜ୍ଞ ପଣ୍ଡା , ସମ୍ବିତ ଶ୍ରୀଚନ୍ଦନ, ଦେବାଶିଷ ସାମଲ, ସାଗର ବଳବନ୍ତରାୟ, ରାମହରି ମହାରଣା, ଟିକିନା ଦାସ, ଶୁଚିସ୍ମିତା ବେହେରା, ଚିନ୍ମୟୀ ଜେନା, ବିଜୟ ଲକ୍ଷ୍ମୀ ଦାସ, ଅନିଶା ପ୍ରିୟଦର୍ଶନୀ ପ୍ରଧାନ, ସିମରନ ସିଂହ, ଲକ୍ଷ୍ମୀପ୍ରିୟା ଦୀକ୍ଷିତ, ସୁମନ ବେହେରା, ଆଶୁତୋଷ ସାହୁ, ସୁଶାନ୍ତ ମହାନ୍ତି, ଅନନ୍ତ ନାରାୟଣ ଜେନା, ତାବ୍ରିଜ ଖାନ୍, ସ୍ମୃତିରଂଜନ ପଣ୍ଡା, ଶତୃଘ୍ନ ମହାନନ୍ଦିଆ, ଆଶିଷ ରଂଜନ ମହାପାତ୍ର, ହରେକୃଷ୍ଣ ସୁଆର, ଅମରେନ୍ଦ୍ର ଧଳ, ଧର୍ମାନନ୍ଦ ଧଳ, ଅଭିଳାଷ କୁମାର ଦାଶ, ଶଶିକାନ୍ତ ମିଶ୍ର, ଈଶ୍ବର ମହାରଣା, ବିଭୂତି ଭୂଷଣ ସ୍ବାଇଁ, ବିମଳ କୁମାର ପଣ୍ଡା, ବିଶାଳ ରାୟ ନିଯୁକ୍ତି ପାଇଛନ୍ତି।

ଯୁଗ୍ମ ସଂପାଦକ ଭାବେ ୩୩ଜଣ ନିଯୁକ୍ତି ପାଇଛନ୍ତି। ସେମାନେ ହେଲେ ଯଥାକ୍ରମେ ଅମରଜିତ ସିଂହ, ହିଂମାଶୁ ପଣ୍ଡା, କୈଳାଶ ଚଇନି, ବିକାଶ ତରେଇ, ସଦାଶିବ ମହାକୁଡ, ଚନ୍ଦ୍ରକାନ୍ତ ବେହେରା, ସଂଜୀବ କୁମାର ଧଳ, ଭାସ୍କର ମହାଳିକ, ସୁପ୍ରିତ ନାଥ ଶର୍ମା, ସ୍ବାଧୀନ ପଣ୍ଡା, ସୋନାଲୀ ସାହୁ, ଆଶାଶ୍ରୀ ସାହୁ, ସୁସ୍ମିତା ପ୍ରିୟଦର୍ଶିନୀ, ବିଦିଶା ପ୍ରିୟଦର୍ଶିନୀ, ଲକ୍ଷ୍ମୀପ୍ରିୟା ନରେନ୍ଦ୍ର, ନିଗନ ସ୍ମୃତି ନାୟକ, ସୁଜାତା ଲେଙ୍କା, ରୋଜି ସେଠୀ, ପୂର୍ଣ୍ଣିମା ବେହେରା, ବିଷ୍ଣୁପଦ ରାଉତ, ମୃତ୍ୟୁଞ୍ଜୟ ମହାନ୍ତି, ରାଜେଶ ମହାରଣା, ରଶ୍ମୀରଂଜନ ସାହୁ, ସୁନୀଲ କୁମାର ମହାକୁଡ, ସୌମ୍ୟରଂଜନ ଜେନା, ପ୍ରଭାତ ବେହେରା, ପବନ କୁମାର ସ୍ବାଇଁ, ବିବେକ କୁମାର ସ୍ବାଇଁ, ଆଦିତ୍ୟ ଶିବଶଙ୍କର ଦାସ, ଶୁଭମ୍ ସ୍ବାଇଁ, ଦେବୀ ପ୍ରସାଦ ଲେଙ୍କା, ପରେଶ ମଲ୍ଲିକ ଓ ଅସୀମ ମହାନ୍ତି।

ଜିଲ୍ଲା ସଭାପତି ଭାବେ ବଲାଙ୍ଗୀର ପାଇଁ ସିମେବ ଵାକାସ, ରାଉରକେଲା ରାଣାପ୍ରତାପ ସିଂହ, ସୁନ୍ଦରଗଡ ଶେହବାଜ ହୁସେନ୍, ପୁରୀ ରାଜେଶ ରଥ, ବୌଦ୍ଧ ସଂଗ୍ରାମ କେଶରୀ ଦାସ, ନୟାଗଡ଼ ନୀଳମାଧବ ପଣ୍ଡା, ଗଞ୍ଜାମ ପ୍ରଶାନ୍ତ ପଣ୍ଡା, ସୋନପୁର ଶାଶ୍ବତ ମିଶ୍ର, ଢେଙ୍କାନାଳ​ ସୁରଜ ମହାପାତ୍ର, ଝାରସୁଗୁଡା ପଲାଶ କର୍ମକାର, ଅନୁଗୁଳ ରାଜୀବ ଲୋଚନ ଦାସ, ମାଲକାନଗିରି ତାପସ ନାୟକ, ରାୟଗଡ଼ା ବିଷ୍ଣୁ ପ୍ରସାଦ ନନ୍ଦ, କଳାହାଣ୍ଡି ଅଜିତ କୁମାର ସାହୁ, ମୟୂରଭଂଜ-୧ ସୁନୀଲ ନାୟକ (କାଳିଆ), ମୟୂରଭଂଜ-୨ ଅନିଶ ମାନ୍ନା, କେନ୍ଦୁଝର ଅବିନାଶ ପଟ୍ଟନାୟକ, ଭଦ୍ରକ ଦୀପ୍ତିସୂର୍ଯ୍ୟ ବିଶ୍ବାଳ, ଯାଜପୁର ସୌମ୍ୟ ପ୍ରକାଶ ବିଶ୍ବାଳ, ଖୋର୍ଧା ବିଶ୍ବଦୀପ ପ୍ରଧାନ, ନୂଆପଡା ଅମିତ କୁମାର ସିଂହଦେଓ, ଗଜପତି ବିଶ୍ବଜିତ ତ୍ରିପାଠୀ, ଭୁବନେଶ୍ବର ସୁବାସ ସାହୁ, ଦେବଗଡ ଭବାନୀ ଶଙ୍କର ସାହୁ, କୋରାପୁଟ ଶଶାଙ୍କ ମିଶ୍ର, ସମ୍ବଲପୁର ସିଦ୍ଧାନ୍ତ ମହାନ୍ତି, ବରଗଡ କରନ୍ ସିକନ୍ଦର, କେନ୍ଦ୍ରାପଡା ପ୍ରଦୀପ ସାହୁ, କଟକ ସିଟି ସଞ୍ଜୟ ପଟ୍ଟନାୟକ, କଟକ ଅସିଫ୍ ଅମିନ୍, କନ୍ଧମାଳ ସୁନୀଲ ସେଠୀ ଓ ନବରଙ୍ଗପୁର ସୁଧାଂଶୁ ଦାସ ନିଯୁକ୍ତି ପାଇଛନ୍ତି।

ସମ୍ବନ୍ଧିତ ଖବର