ପଶ୍ଚିମବଙ୍ଗରେ ଲକ୍‌ଡାଉନ : ପୂର୍ବତଟ ରେଳପଥରେ ଟ୍ରେନ ସେବା ପ୍ରଭାବିତ

ଭୁବନେଶ୍ୱର : ଚଳିତମାସ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖରେ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ହେଉଥିବାରୁ ପୂର୍ବତଟ ରେଳପଥରେ ଟ୍ରେନ ସେବା ପ୍ରଭାବିତ ହେବ। ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହାଓଡ଼ାରୁ ଛାଡୁଥିବା ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ପେସ‌ାଲ ଟ୍ରେନ(୦୨୨୪୫)କୁ ଅଗଷ୍ଟ ୫, ୮, ୧୬ ଓ ୨୩ ତାରିଖରେ ବାତିଲ କରାଯିବ। ଯଶୋବନ୍ତପୁରରୁ ଛାଡ଼ୁଥିବା ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସାଲ ଟ୍ରେନ(୦୨୨୪୬) କୁ ଅଗଷ୍ଟ ୭,୧୦, ୧୬, ୧୮, ୨୩, ୨୫ ଓ ୩୦ ତାରିଖରେ ବାତିଲ କରାଯିବ।

ସିଆଲ୍‌ଦାରୁ ଛାଡ଼ୁଥିବା ସିଆଲ୍‌ଦା-ଭୁବନେଶ୍ୱର ଦୁରନ୍ତ ସ୍ପେସାଲ ଟ୍ରେନ(୦୨୨୦୧)କୁ ଅଗଷ୍ଟ ୩ ଓ ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ସିଆଲ୍‌ଦା ଦୁରନ୍ତ ସ୍ପେସାଲ ଟ୍ରେନ(୦୨୨୦୨)କୁ ଅଗଷ୍ଟ ୪ରେ ବାତିଲ କରାଯିବ। ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସାଲ ଟ୍ରେନ (୦୨୦୭୪/୦୨୦୭୩)କୁ ଅଗଷ୍ଟ ୫, ୮, ୧୬, ୧୭, ୨୩, ୨୪ ଓ ୩୧ରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ।

ଆଂଶିକ ବାତିଲ ହେଉଥିବା ଟ୍ରେନଗୁଡିକ ମଧ୍ୟରେ ସିକନ୍ଦରାବାଦରୁ ଛାଡ଼ୁଥିବା ସିକନ୍ଦରାବାଦ-ହାଓଡ଼ା ଫଲକନାମା ସ୍ପେସାଲ ଏକ୍ସପ୍ରେସ (୦୨୭୦୪) ଅଗଷ୍ଟ ୪, ୭, ୧୫, ୧୬, ୨୨, ୨୩ ଓ ୩୦ରେ ଏହାର ଯାତ୍ରା ଭୁବନେଶ୍ୱରରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବନାହିଁ। ହାଓଡ଼ା-ସିକନ୍ଦରାବାଦ ଫଲକନାମା ସ୍ପେସାଲ ଏକ୍ସପ୍ରେସ (୦୨୭୦୩) ଅଗଷ୍ଟ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖରେ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡ଼ିବ ଏବଂ ସେହି ତାରିଖ ଗୁଡ଼ିକରେ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ।

ପ୍ରତ୍ୟାହାର କରାଯାଉଥିବା ରହଣି ଟ୍ରେନ ମଧ୍ୟରେ ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସାଲ ପୁରୁଷୋତ୍ତମ ଏକ୍ସପ୍ରେସ(୦୨୮୦୧) ଓ ନୂଆଦିଲ୍ଲୀରୁ ଆସୁଥିବା ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ପୁରୁଷୋତ୍ତମ ଏକ୍ସପ୍ରେସ(୦୨୮୦୨) ଅଗଷ୍ଟ ୪, ୭, ୧୫, ୧୬, ୨୨, ୨୩ ଓ ୩୦ରେ ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀଠାରେ ରହଣି କରିବ ନାହିଁ। ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସାଲ ରାଜଧାନୀ ଏକ୍ସପ୍ରେସ(୦୨୮୨୩) ଅଗଷ୍ଟ ୫, ୮, ୧୬, ୧୭, ୨୩, ୨୪ ଓ ୩୧ରେ ଓ ନୂଆଦିଲ୍ଲୀରୁ ଆସୁଥିବା ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ରାଜଧାନୀ ଏକ୍ସପ୍ରେସ(୦୨୮୨୪) ଆସନ୍ତା ୪, ୭, ୧୫, ୧୬, ୨୨, ୨୩ ଓ ୩୦ ତାରିଖରେ ଉଭୟ ଦିଗରୁ ହିଜଲୀରେ ରହଣି କରିବ ନାହିଁ। ସିଆଲ୍‌ଦାରୁ ଆସୁଥିବା ସିଆଲ୍‌ଦା (କୋଲକାତା)-ଭୁବନେଶ୍ୱର ଦୂରନ୍ତ ସ୍ପେସାଲ ଏକ୍ସପ୍ରେସ(୦୨୨୦୧) ଅଗଷ୍ଟ ୧୭, ୨୪ ଓ ୩୧ରେ ଏବଂ ଭୁବନେଶ୍ୱର ଛାଡ଼ୁଥିବା ଭୁବନେଶ୍ୱର-ସିଆଲ୍‌ଦା ଦୁରନ୍ତ ସ୍ପେସାଲ ଏକ୍ସପ୍ରେସ(୦୨୨୦୨) ଅଗଷ୍ଟ ୧୫ ଓ ୨୨ରେ ଉଭୟ ଦିଗରୁ ଖଡ଼ଗପୁରଠାରେ ରହଣି କରିବ ନାହିଁ। ଉପରୋକ୍ତ ଟ୍ରେନ ଗୁଡ଼ିକର ଯାତ୍ରୀମାନେ ଏଥିପ୍ରତି ଧ୍ୟାନ ଦେବା ଉଚିତ ଏବଂ ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆଯାଉଛି।

ସମ୍ବନ୍ଧିତ ଖବର