ସାତଭାୟାରେ ଶେଷ ଦର୍ଶନ କଲେ ଶ୍ରଦ୍ଧାଳୁ : ମା’ ପଞ୍ଚୁବରାହୀଙ୍କ ସ୍ଥାନାନ୍ତର ଆଜି

କେନ୍ଦ୍ରାପଡ଼ା/ରାଜନଗର : ବଙ୍ଗୋପସାଗର କୂଳରେ ଅଷ୍ଟାଦଶ ଶତାବ୍ଦୀରୁ ପୂଜା ପାଇ ଆସୁଥିବା କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମା’ ପଞ୍ଚୁବରାହୀ ଆସନ୍ତାକାଲି ସ୍ଥାନାନ୍ତର ହେବେ। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍ସାହ ଓ ଉତ୍କଣ୍ଠା ସୃଷ୍ଟି ହୋଇଛି। ମା’ ପଞ୍ଚୁବରାହୀଙ୍କୁ ୧୦ କିଲୋମିଟର ଦୂର ବଗପାଟିଆକୁ ସ୍ଥାନାନ୍ତର କରାଯିବ। ମୂଳପୀଠରେ ମା’ଙ୍କୁ ଶେଷ ଦର୍ଶନ କରିବା ପାଇଁ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦିନ ତମାମ ଲାଗି ରହିଥିଲା। ଆଜି ମା’ଙ୍କ ପୀଠରେ ଆଜ୍ଞାଯଜ୍ଞ କରାଯିବା ପରେ କନିକା ରାଜାସାହେବ ଆଜ୍ଞାମାଳ ଆଣି ନୂତନ ମନ୍ଦିରରେ ପହଞ୍ଚିଛନ୍ତି। ନୂତନ ମନ୍ଦିରରେ ଅଙ୍କୁରାରୋପଣ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତାକାଲି ମା’ଙ୍କୁ କିପରି ସୁରୁଖୁରୁରେ ଅଣାଯିବ ସେ ନେଇ ଏସ୍‌ପି ନୀତି ଶେଖର ସାତଭାୟାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର