‘ମଧୁବାବୁ ଥିଲେ ଓଡ଼ିଆ ଜାତିର ମୁଖ୍ୟ ପୁରୋଧା’

‘ସମ୍ବାଦ-ଆମ ଓଡ଼ିଶା’ ଓ ‘ସମ୍ବାଦ-ସାହିତ୍ୟ ଘର’ର ସ୍ବାଭିମାନ ଦିବସ

ରାଉରକେଲା: ‘ସମ୍ବାଦ-ଆମ ଓଡ଼ିଶା’ ଓ ‘ସମ୍ବାଦ-ସାହିତ୍ୟ ଘର’ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ (ସ୍ବାଭିମାନ ଦିବସ) ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟେସନ ନିକଟସ୍ଥ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ନିକଟରେ ଏକ ସଭାର ଆୟୋଜନ ହୋଇଥିଲା। ‘ସମ୍ବାଦ’ ରାଉରକେଲା ସଂସ୍କରଣର ସହକାରୀ ମହାପ୍ରବନ୍ଧକ (ନ୍ୟୁଜ୍‌) ଆଶୀଶ ଗଡନାୟକଙ୍କ ସଭାପତିତ୍ବ କରିଥିଲେ। ସହର ରାଜନୈତିକ ଦଳର ନେତା, ଆଇନଜୀବୀ, ବହୁ ବୁଦ୍ଧିଜୀବୀ, କବି, ଲେଖକ, ସାମାଜିକ ଓ ସାଂସ୍କୃତିକ ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ରାଉରକେଲା ଓକିଲ ସଂଘର ପୂର୍ବତନ ସଭାପତି ରମେଶ ବଳ, ବିଜେପିର ମୁଖପାତ୍ର ଭଗବାନ ରାଉତ ମଧୁବାବୁଙ୍କ ଦୁଇଟି କବିତା ପାଠ କରିଥିଲେ।

ରାଜନୈତିକ ଦଳର ନେତା, ବୁଦ୍ଧିଜୀବୀ ଓ ଆଇନଜୀବୀମାନେ ମଧୁବାବୁଙ୍କ ଓଡ଼ିଶା ପ୍ରତି ଅବଦାନ ସଂକ୍ରାନ୍ତରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସେମାନେ କହିଥିଲେ, ଓଡ଼ିଆମାନଙ୍କ ପାଇଁ ଆଜି ହେଉଛି ଗର୍ବ ଓ ଗୌରବର ଦିନ। ଓଡ଼ିଶା ପ୍ରତି ମଧୁବାବୁଙ୍କ ଅବଦାନ ସମ୍ପର୍କରେ ଯେତେ କହିଲେ ମଧ୍ୟ କମ୍‌ ହେବ। ତେଣୁ ମଧୁବାବୁ ଥିଲେ ଓଡ଼ିଆ ଜାତିର ମୁଖ୍ୟ ପୁରୋଧା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଭାଷାକୁ ଭିତ୍ତିକରି ରାଜ୍ୟ ଗଠନ ପାଇଁ ତାଙ୍କର ଉଦ୍ୟମ ଓ ଦୂରଦୃଷ୍ଟିର ପରିଚିୟ ଦିଏ।

ଓଡ଼ିଆ ଜାତି ପାଇଁ ତାଙ୍କର ଅତୁଳନୀୟ ଅବଦାନକୁ ଓଡ଼ିଶାବାସୀ ସବୁଦିନ ମନେ ରଖିବେ ବୋଲି କହିଥିଲେ। ‘ସମ୍ବାଦ’ର ମଳୟ ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ରାଉରକେଲା ଓକିଲ ସଂଘର ସଭାପତି ସୁରେଶ ଚନ୍ଦ୍ର ମାଝି, ସାଧାରଣ ସମ୍ପାଦକ ଅକ୍ଷୟ ସାହୁ, ପୂର୍ବତନ ସଭାପତି ରମେଶ ବଳ, ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ପଲ, କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ବିରେନ ସେନାପତି, ସବିର ହୁସେନ, ପ୍ରଶାନ୍ତ ସେଠୀ, ଜିଲ୍ଲା ଯୁବ ସଭାପତି ଜ୍ଞାନେନ୍ଦ୍ର ଦାଶ, ବିଜେଡିର ନଗର ସଭାପତି ଗଗନ ପଣ୍ଡା, ଶ୍ୟାମ ସୁନ୍ଦର ପଣ୍ଡା, ବିଜେପିର ସନ୍ତୋଷ ମହାପାତ୍ର, ବିଜୟ ପାଣିଗ୍ରାହୀ, ଯୁଧିଷ୍ଠିର ପଣ୍ଡା, ଲକ୍ଷ୍ମଣ ପରିଡା, ସମାଜସେବୀ ସୁମନ ଦତ୍ତ, ଓଡ଼ିଶା ବିକାଶ ମଞ୍ଚର ଆର୍ତ୍ତତ୍ରାଣ ମହାପାତ୍ର, ‘ସମ୍ବାଦ-ସାହିତ୍ୟ ଘର’ର ପ୍ରଶାନ୍ତ ଦାଶ, ବିରେନ କୁମାର ଟୁଡୁ, ସୌମେନ୍ଦ୍ର କୁମାର ଭୂୟାଁ, କୁମୁନ୍ଦ ଚରଣ ପଟ୍ଟନାୟକ, ମିହିର ରାୟ, ବିଭୂତି ଭୂଷଣ ଦାଶ, ଅଶୋକ ପଟ୍ଟନାୟକ ଓ କିଶୋରୀ ମୋହନ କର ପ୍ରମୁଖ ସାମିଲ ହୋଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଭକ୍ତିଭୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

‘ସମ୍ବାଦ’ ରାଉରକେଲାର ଅଶୋକ କୁମାର ପାତ୍ର, ଦେବବ୍ରତ ଗଡତିଆ, ଅଭିନାଶ ଶୁକ୍ଳା, ପ୍ରବୀର ମଲ୍ଲିକ, ସାଗର ମହାପାତ୍ର, ସତ୍ୟବ୍ରତ ସାହୁ, କୁଳମଣି ଦାଶ, ‘କନକ ଟିଭି’ର ପ୍ରତାପ କୁମାର ପାଢ଼ୀ, ଗୌତମ ମାଇତି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର