ଜନସମୁଦ୍ରରେ ପୂର୍ଣ୍ଣ ଏକାମ୍ର କ୍ଷେତ୍ର, ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ‘ମହାଦୀପ’
ରାତି ୩ଟା ୪୫ରେ ବାବା ଶ୍ରୀଆଖଣ୍ଡଳମଣି, ୪ଟା ୩୦ରେ ବିମଳେଶ୍ୱରରେ ଚଢ଼ିବ ମହାଦୀପ
ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରି ଅବସରରେ ବୁଧବାର ଏକାମ୍ର କ୍ଷେତ୍ର ଜନସମୁଦ୍ରରେ ପରିପୂର୍ଣ୍ଣ ହୋଇଛି। ଲକ୍ଷାଧିକ ଭକ୍ତ ଭଗବାନ ଶିବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଶିବାଳୟ ଗୁଡ଼ିକ କେବଳ ଶିବ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି। ପ୍ରଭୁଙ୍କ ସମସ୍ତ ନୀତି ସମୟ ଅନୁସାରେ ଚାଲିଥିବା ବେଳେ ରାତି ୧୦ଟାରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭକ୍ତ ଓ ଶ୍ରଦ୍ଧାଳୁ ଆଜି ସକାଳୁ ରାଜଧାନୀର ଅନ୍ୟ ଶିବାଳୟ ବ୍ୟତୀତ ଏକାମ୍ର କ୍ଷେତ୍ରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହିବାକୁ ପଡ଼ିଥିଲା। ଶାନ୍ତିଶୃଙ୍ଖଳା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପକେଟମାର ଓ ଅସାମାଜିକ ବ୍ୟକ୍ତିଙ୍କୁ ଧରିବା ପାଇଁ ପୁଲିସ ସାଧା ପୋଷାକରେ ନଜର ରଖିଛି। ଶ୍ରଦ୍ଧାଳୁଙ୍କ ଳୟ ଅଟକି ରହିଛି କେତେବେଳେ ବାବା ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ।
କେଉଁଠାରେ କେତେବେଳେ ଉଠିବ ମହାଦୀପ
-ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ- ରାତି ୧୦ଟା
-ଆଠଗଡ଼(କଟକ): ଶ୍ରୀଧବଳେଶ୍ୱର- ରାତି ୧୨ଟା ୩୦
-ପୁରୀ: ଶ୍ରୀଲୋକନାଥ- ରାତି ୩ଟା ୩୦
-ଆରଡି(ଭଦ୍ରକ): ଶ୍ରୀଆଖଣ୍ଡଳମଣି- ରାତି ୩ଟା ୪୫
-ଶରଣକୂଳ(ନୟାଗଡ଼): ଶ୍ରୀଲଡୁବାବା- ରାତି ୧୧ଟା
-ଧମା(ସମ୍ବଲପୁର): ଶ୍ରୀବିମଳେଶ୍ୱର- ରାତି ୪ଟା ୩୦
-କୋରାପୁଟ: ଗୁପ୍ତେଶ୍ୱର- ରାତି ୩ଟା