ରାଜ୍ୟର ବିଭିନ୍ନ ସ୍ଥାନରେ ଶୁଖିଲା ପଡ଼ିଛି ମହାନଦୀ, ସାମ୍ନାକୁ ଆସିଲା ଅସଲ ସତ

ବାଙ୍କୀ: ବାଙ୍କୀର ବୈଦେଶ୍ୱର ଘାଟ। ଆପଣ ଯଦି ୪-୫ ବର୍ଷ ପୂର୍ବରୁ ଏହି ଘାଟକୁ ଦେଖିଥିବେ ତେବେ ସେଦିନ ଓ ଆଜିର ଦିନର ମହାନଦୀ ଭିତରେ ଏକ ବଡ଼ ଫରକ ଜାଣିପାରିବେ। ୫-୬ ବର୍ଷ ପୂର୍ବରୁ ଏହି ଘାଟରୁ ବଡ଼ମ୍ବା ନରସିଂହପୁର ଯିବାପାଇଁ ଡଙ୍ଗା ହିଁ ଏକମାତ୍ର ମାଧ୍ୟମ ଥିଲା। ବାଙ୍କୀରୁ ପରିବାପତ୍ର ବଡ଼ମ୍ବା ନରସିଂହପୁର ଯାଏ। ସେଠାରୁ ମୁଗ ବିରି ଆଦି ବାଙ୍କୀକୁ ଆସେ। ଏକଥା ଏବେ କାହାଣୀ ପରି ଲାଗୁଛି। କାରଣ ସେ ମହାନଦୀ ଆଉ ନାହିଁ।

ବାଙ୍କୀ ସ୍ଥିତ ସୁବର୍ଣ୍ଣପୁର ଘାଟ। ପୂର୍ବରୁ ଏଠାରେ ମଧ୍ୟ ଡିସେମ୍ବର ମାସରେ ମହାନଦୀ ଉଛୁଳିବା ଅବସ୍ଥାରେ ଥାଏ। ସେପଟେ ରେଣୁକା ଘାଟବି ସେହିଭଳି। ସବୁଠି ସମାନ ଅବସ୍ଥା। ଓଡ଼ିଶାର ଲାଇଫଲାଇନ ମହାନଦୀ ଅବସ୍ଥା ଯେ ଏଭଳି ସ୍ଥିତିକୁ ଆସିଯିବ ତାହା ବୋଧହୁଏ ଏହି ନଈକୂଳିଆ ଲୋକେ କେବେ ବି ବିଶ୍ୱାସ କରିନଥିବେ।

ମୁଖତଃ ୨୦୧୪ ପରେ ସାଙ୍ଘାତିକ ଭାବେ ଜଳପ୍ରବାହ କମିଯାଇଛି। ୨୦୧୪ରେ ୫୫୫ ମିଲିୟନ ଏକର ଫୁଟ୍‌ ଜଳ ହୀରାକୁଦ ବନ୍ଧ ଭିତରକୁ ପ୍ରବେଶ କରୁଥିବାବେଳେ ଚଳିତ ବର୍ଷ ମୌସୁମୀ ସମୟରେ ମାତ୍ର ୧୧.୮୭୧ ମିଲିୟନ ଏକର ଫୁଟ ଜଳ ପ୍ରବେଶ କରୁଛି। ଏଥିରୁ ଅନୁମାନ କରିହେବ ବାଙ୍କୀଠାରେ ମହାନଦୀ କାହିଁକି ଆଜି ଶୁଖିଯାଇଛି।

ସମ୍ବନ୍ଧିତ ଖବର