ମହାନଦୀ ଜଳ ବିବାଦ: ପରସ୍ପରର ପ୍ରକଳ୍ପ ସମୀକ୍ଷା କରିବାକୁ ଯିବେ ଓଡ଼ିଶା ଓ ଛତିଶଗଡ଼

ଭୁବନେଶ୍ୱର: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲାର ସମାଧାନ ପୂର୍ବରୁ ଉଭୟ ରାଜ୍ୟ ପରସ୍ପରର ପ୍ରକଳ୍ପ ସମୀକ୍ଷା କରିବା ପାଇଁ ରାଜି ହୋଇଛନ୍ତି।

ଛତିଶଗଡ଼ରେ ହୋଇଥିବା ପ୍ରକଳ୍ପର ସମୀକ୍ଷା କରିବାକୁ ଓଡ଼ିଶା ଟିମ୍‌ ଅକ୍ଟୋବର ୩୦ରୁ ନଭେମ୍ବର ୨ ଯାଏଁ ଛତିଶଗଡ଼ ଗସ୍ତରେ ଯିବେ। ଓଡ଼ିଶାରେ ହୋଇଥିବା ପ୍ରକଳ୍ପର ସମୀକ୍ଷା ନିମନ୍ତେ ଛତିଶଗଡ଼ ଟିମ୍‌ ନଭେମ୍ବର ୧୭ ରୁ ୧୯ ଯାଏଁ ଓଡ଼ିଶା ଗସ୍ତରେ ଆସିବେ।

ଉଭୟ ରାଜ୍ୟର ଟିମ୍‌ ପରସ୍ପରର ପ୍ରକଳ୍ପ ଦେଖିବା ପରେ ଯୁଗ୍ମ ରିପୋର୍ଟ ପ୍ରସ୍ତୁତ କରାଯାଇ ନଭେମ୍ବର ୩୦ ତାରିଖ ସୁଦ୍ଧା ଟ୍ରିବୁନାଲ୍‌ରେ ଦାଖଲ କରାଯିବ।

ଛତିଶଗଡ଼ ପ୍ରକଳ୍ପ ସ୍ଥଗିତ ରଖିବାକୁ କରିଥିବା ଆବେଦନର ପରବର୍ତ୍ତୀ ଶୁଣାଣି ନଭେମ୍ବର ୩୦ ତାରିଖରେ କରାଯିବ।

ସମ୍ବନ୍ଧିତ ଖବର