ସଇଁନ୍ତଲା : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଅଂଚଳରେ ହୋଇଥିବା ମକା ଫସଲରେ ଏବେ ଫଲ୍ ଆର୍ମିୱର୍ମ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଏହି ପୋକମାନେ ଗଛର ଫୁଲ ଓ ପତ୍ରକୁ ଖାଇ ଯାଉଛନ୍ତି। ବୁଧବାର ସଇଁନ୍ତଲା କୃଷି ବିଭାଗ ତରଫରୁ ସଂପୃକ୍ତ ମକା କ୍ଷେତ ପରିଦର୍ଶନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ଲକ୍ର ଜୁରାବନ୍ଧ ପଂଚାୟତ ଅର୍ନ୍ତଗତ ଖର୍ସେଲବାଞ୍ଜି ଗାଁର ଅନନ୍ତ ମହାକୁଡ଼ ତାଙ୍କ ସାତ ଏକର ଜମିରେ ଚଳିତ ବର୍ଷ ମକାଚାଷ କରିଛନ୍ତି। ବୁଧବାର ସକାଳୁ ମକା ଗଛର ଫୁଲ ଓ ପତ୍ର ପୋକ ଖାଇ ଯାଇଥିବା ଦେଖି ସେ ସଇଁନ୍ତଲା କୃଷି ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। କୃଷି ଅଧିକାରୀ ନିଶାନ୍ତ ଦାସ ମକା କ୍ଷେତ ପରିଦର୍ଶନ କରି ପୋକ ଚିହ୍ନଟ କରିଥିଲେ। ଏ ବିଷୟରେ କୃଷି ଅଧିକାରୀ ଶ୍ରୀ ଦାସଙ୍କୁ ପଚାରିବାରୁ ଫଲ୍ ଆର୍ମିୱର୍ମ ନାମକ ପୋକ ଗତ ବର୍ଷରୁ ମକା ଗଛଗୁଡ଼ିକରେ ଦେଖାଦେଇ ମକା ହେବା ପୂର୍ବରୁ ଫୁଲ ଓ ପତ୍ରକୁ ଖାଇ ଦେଉଛନ୍ତି। ଏହି ପୋକ ମୁଖ୍ୟତଃ ଅଷ୍ଟ୍ରେଲିଆ ମହାଦେଶରେ ଦେଖା ଦେଇଥିବାବେଳେ ଗତ ବର୍ଷଠାରୁ ପୂର୍ବ ଓଡ଼ିଶାର କିଛି ଅଂଚଳରେ ଦେଖା ଦେଇଥିଲା। ଚଳିତବର୍ଷ ଏହାର ପ୍ରଭାବ ସଇଁନ୍ତଲା ଅଂଚଳରେ ଦେଖା ଦେଇଥିବା କହିଥିଲେ। ଏହି ପୋକ ରାତିରେ ଫୁଲ ଓ ପତ୍ର ଖାଉଥିବା ବେଳେ ଦିନ ବେଳେ ଲୁଚି ଯାଇଥାଏ।
ଭଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଥିବା ସେ କହିଥିଲେ। ଚାଷୀମାନେ ମକା ଗଛରେ ଏହା ଦେଖାଦେଲେ ତୁରନ୍ତ କୃଷି ବିଭାଗ ସହ ଯୋଗାଯୋଗ କରି ପରାମର୍ଶ ନେବାକୁ କହିଛନ୍ତି। ସଂପୃକ୍ତ ଅଂଚଳର ଅନାର ଧରୁଆ, ପଂଚାନନ ମିର୍ଦ୍ଧା, ରୁଦ୍ର ଧରୁଆ ଓ ଗୋପାଳ ଖମାରୀ ପ୍ରମୁଖ ଚାଷୀଙ୍କ ମକା କ୍ଷେତରେ ମଧ୍ୟ ସମାନ ଅବସ୍ଥା ହେଉଥିବା ଜଣାଯାଇଛି।