ମାଲେସିଆ ଜାହାଜରୁ ବନ୍ଦ ରହିଲା ତେଲ କଢ଼ା

ବ୍ରହ୍ମଗିରି: କୃଷ୍ଣପ୍ରସାଦ ବ୍ଲକ୍‌ ରାଜହଂସ ନିକଟ ସମୁଦ୍ରକୂଳରେ ଫସି ରହିଥିବା ମାଲେସିଆ ଜାହାଜରୁ ଆଜି ତେଲ କଢ଼ା ବନ୍ଦ ରହିଛି। ଚାରି ଦିନ ଧରି ତେଲ କଢ଼ା ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ସକାଳୁ ପ୍ରବଳ ବର୍ଷା ଯୋଗୁଁ ଏହାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଆସନ୍ତାକାଲି ପାଗ ଅନୂକୁଳ ହେଲେ ତେଲ କଢ଼ାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଜାହାଜର ମରାମତି ପାଇଁ ଗତକାଲି କୋଲକାତାରୁ ଏକ ୬ ଜଣିଆ ବିଶେଷଜ୍ଞ ଟିମ୍‌ ଏଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ଜାହାଜରୁ ସମ୍ପୂର୍ଣ୍ଣ ତେଲ କଢ଼ା ଯିବା ପରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହେବ।

ସମ୍ବନ୍ଧିତ ଖବର