ବାରହା ଶିକାର ପାଇଁ ସଂଯୋଗ ବିଦ୍ୟୁତ୍ ତାର ଲାଗି ଯୁବକଙ୍କ ମୃତ୍ୟ

କୋରାପୁଟ: କୋରାପୁଟ ଜିଲ୍ଲା ମେଡିପୁଟ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ବାରହା ଶିକାର ବିଦ୍ୟୁତ୍ ତାରରେ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବାରୁ ନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ଉମ୍ବଲ ଗ୍ରାମ ପଂଚାୟତ ମେଡିପୁଟ ଗ୍ରାମର ପଦୁ ଗୁଣ୍ଠା ବିଦ୍ୟୁତ ତାର ସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗାଁର କିଛି ଯୁବକ ବାରହା ଶିକାର ପାଇଁ ଗାଁ ନିକଟ ଜଙ୍ଗଲରେ ବିଛାଇଥିଲେ। କୌଣସି ଏକ କାମରେ ପଦୁ ଗୁଣ୍ଠା ଜଙ୍ଗଲକୁ ଯାଇ ବିଦ୍ୟୁତ ତାର ସ୍ପର୍ଶରେ ଆସିଥିଲେ। ଯୁବକଜଣକ ବିଦ୍ୟୁତ ତାରରେ ଲାଗି ଛଟପଟ ହେଉଥିବା ସମୟରେ ଗାଁର କିଛି ବ୍ୟକ୍ତି ଉଦ୍ଧାର କରିଥିଲେ। ପରେ କୋରାପୁଟ ଡାକ୍ତରଖାନାକୁ ନେବା ସମୟରେ ତାଙ୍କୁର ମୃତ୍ୟୁ ଘଟିଥିଲା| ଏହାକୁ ନେଇ ଏବେ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି। ଏହି ଘଟଣାର ସେହି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର