ପାଟଣାଗଡ଼: ଖପ୍ରାଖୋଲ ବ୍ଲକ୍ ଓଡ଼ିଆପାଲି ଗାଁର ଏକ ଦୋକନ ସାମନାରେ ମାଓ ବ୍ୟାନର ଲାଗିଥିବା ବେଳେ ପୋଷ୍ଟରମାନ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ସେମାବାର ସକାଳୁ ଏହି ଗାଁରେ ଥିବା ଜଗଦୀଶ କପଡ଼ା ଦେକାନ ସାମନାରେ ମାଓ ପୋଷ୍ଟର ଲାଗିଥିବା ଲୋକେ ଦେଖିବାକୁ ପାଇଥିଲେ। ମାଓ ବ୍ୟାନରରେ ବରଗଡ଼ ଜିଲ୍ଲା ପାଇକମାଲ ଅନ୍ତର୍ଗତ ସାଲେପାଲି ଗାଁରେ ଗତ ସେପ୍ଟେମ୍ବର ୨୬ ତାରିଖ ଦିନ ମାଓ- ପୁଲିସ ଗୁଳି ବିନମୟ ଘଟଣାକୁ ମିଛ ବୋଲି ଦର୍ଶାଯାଇଛି। ମାଓ ସଂଗଠନର ଦୁଇ ଜଣ କମାଣ୍ଡରଙ୍କୁ ନେଇ ନିର୍ଯାତନା ଓ ଗଣ ଦୁଷ୍କର୍ମ ପରେ ଗୁଳି କରି ହତ୍ୟା କରାଯାଇଛି। ତେଣୁ ଦୁଇ ଶବକୁ ମାନବାଧିକାର ସଙ୍ଗଠନ ସମ୍ମୁଖରେ ବ୍ୟବଚ୍ଛେଦ କରିବା ଏବଂ ଶବ ଦ୍ୱୟକୁ ସହିଦଙ୍କ ପରିବାରବର୍ଗଙ୍କୁ ଦିଆଯିବାକୁ ଏହି ବ୍ୟାନରରେ ଦାବି କରାଯାଇଛି। ଉକ୍ତ ବ୍ୟାନର୍ଟି ଲାଲ ରଙ୍ଗର ଥିବା ବେଳେ ସବା ତଳେ ବଲାଙ୍ଗୀର- ବରଗଡ଼- ମହାସମୁନ୍ଦ ଡିଭିଜନାଲ କମିଟି, ଭା.କ.ପା.(ମାଓବାଦୀ) ବୋଲି ଉଲ୍ଲେଖ ରହିଛି।