ମାଓ ଦମ୍ପତିଙ୍କ ଆତ୍ମସମର୍ପଣ : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ମାଓ ସଙ୍ଗଠନରେ କାମ କରୁଥିଲେ

ରାଉରକେଲା : ମାଓ ସଙ୍ଗଠନ ଛାଡ଼ି ସମାଜର ମୁଖ୍ୟ ସୋତ୍ରରେ ସାମିଲ ହୋଇଛନ୍ତି ଦୁର୍ଦ୍ଦାନ୍ତ ମାଓ ଦମ୍ପତି। ଆଜି ସେମାନେ ରାଉରକେଲା ଏସ୍‌ପି କେ. ଶିବା ସୁବ୍ରମଣିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଝାଡ଼ଖଣ୍ଡ କୋଏଲକେରା ନୁନ୍‌ଗୁଡ଼ିର ରାଜୁ କାୟାମ୍‌ ଓରଫ ସମୀର, ପଶ୍ଚିମ ସିଂହଭୂମ ଇଚ୍ଛାହାତୁର ଅନୀତା ମାର୍ଲା ଓରଫ କଳ୍ପନା। ଦୁହେଁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ମାଓ ସଙ୍ଗଠନରେ କାମ କରୁଥିଲେ। ବିଗତ ଦିନରେ ସୀମାନ୍ତରେ ଘଟିଥିବା ଅନେକ ମାଓ ହିଂସାରେ ଏମାନେ ସାମିଲ ଥିଲେ। ମାଓ ନେତା ସଗେନ୍‌ ନେତୃତ୍ବରେ ରାଜୁ ଗତ ୨୦୧୧ରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ। ପ୍ରଥମେ ମାଓ ସଙ୍ଗଠନର ଜୟନ୍ତୀ ଓରଫ ରେଖା ଟିମ୍‌ରେ ସାମିଲ ‌ହୋଇ ଏକ ବର୍ଷ କାମ କରିଥିଲେ। ୨୦୧୨ରେ ସେ ମାଓ ନେତା ସନ୍ଦୀପ ଓରଫ ଲଳିଦ ଦା ନେତୃତ୍ବରେ ବନ୍ଧୁକ ଚାଳନା ତାଲିମ ନେଇଥିଲେ ୨୦୧୩ ଦୁର୍ଦ୍ଦାନ୍ତ ମାଓନେତ୍ରୀ ଅନୀତା ଓ କଳ୍ପନାକୁ ବିବାହ କରିଥିଲେ। ପରେ ଉଭୟ ପତିପତ୍ନୀ ସୁନ୍ଦରଗଡ଼ ଜିଲ୍ଲାର କେ. ବଲାଙ୍ଗ, କୋଇଡ଼ା, କିରିବୁରୁ ଆଦି ଅଞ୍ଚଳରେ ବେଶ ସକ୍ରିୟ ଥିଲେ। ୨୦୧୭ରେ ଦୁହେଁ; ମାଓବାଦୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ମାଓ ସଙ୍ଗଠନ ଛାଡ଼ିଥିଲେ। ଆଜି ରାଉରକେଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି କେ. ଶିବା ସୁବ୍ରମଣି ଏହି ସୂଚନା ଦେଇଛନ୍ତି। ‌କହିଛନ୍ତି, ମାଓ ସଙ୍ଗଠନ ଛାଡିବା ପରେ ଦୁହିଁଙ୍କର ଆର୍ଥିକ ସ୍ଥିତି ବେଶ୍‌ ଭଲ ନଥିଲା। ଶେଷରେ ଦୁହେଁ ପୁଲିସ୍‌ ଆଗରେ ଆତ୍ମସମର୍ପଣ କରିବାକୁ ନି‌ଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର