ରଜରେ ଦୁଇ ଦିନ ବନ୍ଦ ରହିବ ମାଟ୍ରିକ୍‌ ଖାତାଦେଖା

ଭୁବନେଶ୍ବର : ରଜ ଉତ୍ସବ ପାଇଁ ଦୁଇ ଦିନ ବନ୍ଦ ରହିବ ମାଟ୍ରିକ୍‌ ଖାତା ମୂଲ୍ୟାୟନ। ଜୁନ୍‌ ୧୪ ଓ ୧୫ରେ ଖାତା ମୂଲ୍ୟାୟନ କରାଯିବ ନାହିଁ। ଖାତାଦେଖା ବନ୍ଦ ରଖିବାକୁ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରୁ ଅନୁରୋଧ ଆସିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ପରିଷଦ ବିଧିବଦ୍ଧ ବିଜ୍ଞପ୍ତି ବି ପ୍ରକାଶ କରିଛି।

ଅନ୍ୟପକ୍ଷରେ ପୂର୍ବ ସପ୍ତାହ ପରି ଏଥର ମଧ୍ୟ ସଟ୍‌ଡାଉନ୍‌ରେ ରାଜ୍ୟର ୧୧ଟି ଜିଲ୍ଲାରେ ଯୁକ୍ତ୨ ଖାତା ମୂଲ୍ୟାୟନ ବନ୍ଦ ରହିବ। ବାକି ୧୯ଟି ଜିଲ୍ଲାରେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମୂଲ୍ୟାୟନ ଜାରି ରହିବ। ରଜ ପାଇଁ ମୂଲ୍ୟାୟନ ବନ୍ଦ ହେବ ନାହିଁ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର