ରାଜ୍ୟ ଖେଳକୁଦ ପ୍ରତିଯୋଗିତାରେ ମୟୂରଭଞ୍ଜର ସଫଳତା

୮ ସ୍ବର୍ଣ୍ଣ  ସହ ମିଳିଲା ୨୧ ପଦକ

ବାରିପଦା: ଭୁବନେଶ୍ୱର କିଟ୍‌ଠାରେ ଅନୁଷ୍ଠିତ ୬୮ତମ ଖେଳକୁଦ ପ୍ରତିଯୋଗିତାରେ ମୟୂରଭଞ୍ଜର ଖେଳାଳିମାନେ ଉନ୍ନତ ଖେଳ ପ୍ରଦର୍ଶନ କରି ୨୧ଟି ପଦକ ହାସଲ କରିଛନ୍ତି। ସେଥିମଧ୍ୟରେ ୮ଟି ସ୍ବର୍ଣ୍ଣପଦକ ରହିଛି। ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳିମାନେ ହେଲେ ପ୍ରିୟଙ୍କା ସିଂ (ସଟପୁଟ୍‌ ଥ୍ରୋ), ମୁନି ହେମ୍ବ୍ରମ (ଲମ୍ବ ଡିଆଁ), ଦୀପା ସିଂ (ଡିସ୍କସ ଥ୍ରୋ), ନେତ୍ରମଣି ସିଂ (ଡିସ୍କସ ଓ ସଟପୁଟ୍‌ ଥ୍ରୋ), ସଂଧ୍ୟା ମୁର୍ମୁ (୫ ଓ ୧୦ ହଜାର ମିଟର ଦୌଡ), ପଙ୍କଜ ସୋରେନ (୧୦ ହଜାର ମିଟର ଦୌଡ଼), ରୌପ୍ୟପଦକ ହାସଲ କରିଥିବା ଖେଳାଳିମାନେ ହେଲେ ବାଲି ମୁର୍ମୁ (୬୦୦ ମି ଦୌଡ଼), ରାମେଶ୍ୱରୀ ସିଂ (୪୦୦ ମିଟର ଦୌଡ଼), ଦୀପା ସିଂ (ସଟପୁଟ ଥ୍ରୋ), ରବୀନ୍ଦ୍ର କାଲୁଣ୍ଡିଆ (୮୦ ମିଟର ହଡଲସ), ସଜୁ ନାଏକ (୨୦୦୦ ମିଟର ଷ୍ଟିପୁଲ ଚେଜ), ପଙ୍କଜ ସୋରେନ (୫୦୦୦ ହଜାର ମିଟର ଦୌଡ଼), ଦକ୍ଷିଣ ବାସ୍କେ (୧୧୦ ମିଟର ହଡଲସ), ବ୍ରୋଞ୍ଜପଦକ ହାସଲ କରିଥିବା ଖେଳାଳିମାନେ ହେଲେ ବାଲି ମୁର୍ମୁ (ଲମ୍ବ ଡିଆଁ), ବିଜୁ ସିଂ (ଡିସ୍କସ ଥ୍ରୋ), ରାଉତ ସିଂ (୪୦୦ ମିଟର ହଡଲସ୍‌), ସିଦ ହାଁସଦା (ଲମ୍ବ ଡିଆଁ), ଦାକ୍ଷିଣ ବାସ୍କେ (୪୦୦ ମିଟର ହଡଲସ୍‌), ଚନ୍ଦ୍ରମୋହନ ହେମ୍ବ୍ରମ (୧୦ ହଜାର ମିଟର ଦୌଡ଼)।

ଜିଲ୍ଲା ପାଇଁ ଗୌରବ ଆଣିଥିବା କୃତୀ ଖେଳାଳିଙ୍କୁ ଆଜି ଜିଲ୍ଲାପାଳ ତଥା ମୟୂରଭଞ୍ଜ ଆଥଲେଟିକ ଆସୋସିଏସନର ସଭାପତି ବିନୀତ ଭରଦ୍ୱାଜ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଅମ୍ବିକା ରାଉତ, ଅଶୋକ ପଟ୍ଟନାୟକ, ପ୍ରସନ୍ନଜିତ ମହାନ୍ତି, ପୂର୍ବତନ କ୍ରୀଡା ଅଧିକାରୀ କୁମାର ରଞ୍ଜନ ପଣ୍ଡା, ବୈଦ୍ୟନାଥ ରଥ, ପ୍ରଶିକ୍ଷକ ଦିଗେଶ୍ୱର ମହାନ୍ତ, ମ୍ୟାନେଜର ସୌରଭ ଦେ ଓ ପ୍ରଦୀପ ଚୌଧୁରୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର