ମୀରା ପରିଡ଼ା ବିଜେଡି ମହିଳା ଜନତା ଦଳ ଉପସଭାନେତ୍ରୀ

ସୁନ୍ଦରଗଡ଼ ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ହେଲେ ରଶ୍ମୀବାଳା ମିଶ୍ର

ଭୁବନେଶ୍ବର : ବିଜୁ ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ବିଜୁ ମହିଳା ଜନତା ଦଳର ଉପ-ସଭାନେତ୍ରୀ ଭାବେ ମୀରା ପରିଡ଼ାଙ୍କୁ ନିଯୁକ୍ତ କରିଛନ୍ତି। ଏହାସହିତ ଗଜପତି ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ସଂଯୁକ୍ତା ବେହେରାଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ମିନତି ବେହେରା ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ରାଉରକେଲା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ରଶ୍ମୀବାଳା ମିଶ୍ରଙ୍କୁ ରାଜ୍ୟ ସଭାପତି ଶ୍ରୀପଟ୍ଟନାୟକ ନିଯୁକ୍ତି ଦେଇଥିବା ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର