ଅଁଳା ନବମୀ ସମନ୍ବୟ ବୈଠକ ଆଜି

ଭୁବନେଶ୍ବର/ପୁରୀ : ନଭେମ୍ବର ୧୮ ତାରିଖରେ ପାଳିତ ହେବାକୁ ଥିବା ପବିତ୍ର ଅଁଳା ନବମୀକୁ ଶୃଙ୍ଖଳିତ କରିବା ପାଇଁ ଗତ ୩ ତାରିଖ ବୈଠକରେ କଡ଼ା କଡ଼ି କରାଯିବା‌ ପରେ ଅସନ୍ତୋଷ କୁହୁଳୁଛି। କେତେକ ସେବାୟତ ଭିଆଇପି ପାସ୍‌ ବ୍ୟବସ୍ଥା ଦାବି କରି କମିସନରଙ୍କୁ ଭେଟିବା ସହ ହତାଶ ହେବା ପରେ ପରିସ୍ଥିତି ଉଗ୍ର ରୂପ ନେଇଛି। ଆଜି ସତ୍ୟବାଦୀ ଦେବୋତ୍ତର ସମ୍ପତ୍ତି ସୁରକ୍ଷା ମଞ୍ଚ ଦେବୋତ୍ତର କମିସନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଜାଲ ପାସ୍‌ ପ୍ରସ୍ତୁତ କରି ବିଶୃଙ୍ଖଳା ସୃଷ୍ଟି ନ କରିବାକୁ ସଂଘ ଅନୁରୋଧ କରିଛି। ଅନ୍ୟପଟେ ଆସନ୍ତାକାଲି ଦ୍ବିତୀୟ ସମନ୍ବୟ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ପ୍ରଶାସନ-ସେବାୟତ ମୁହାଁମୁହିଁ ହେବା ସ୍ପଷ୍ଟ ହୋଇଛି। କେବଳ ଦର୍ଶନ ଛଡ଼ା ଭକ୍ତମାନେ ଶ୍ରୀରାଧା ପାଦ ସ୍ପର୍ଶ କରିପାରିବେ ନାହିଁ ବୋଲି ଦେବୋତ୍ତର କମିସନଙ୍କର ନିର୍ଦ୍ଦେଶ ରହିଛି।

ସମ୍ବନ୍ଧିତ ଖବର