ସୃଷ୍ଟି ଏକାଡେମିରେ ଯୁବ ଉଦ୍ୟୋଗୀଙ୍କ ପ୍ରଦର୍ଶନୀ

ଭୁବନେଶ୍ବର : ଯୁବ ଉଦ୍ୟୋଗୀମାନଙ୍କ ଦ୍ବାରା ନୂତନ ଜ୍ଞାନ କୌଶଳ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ବିଭିନ୍ନ ସାମଗ୍ରୀକୁ ଆଜି ସୃଷ୍ଟି ଏକାଡେମି ପରିସରରେ ପ୍ରଦର୍ଶିତ କରାଯାଇଛି। ଯୁବ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ଏବଂ ସର୍ବସାଧାରଣରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ପ୍ରଦର୍ଶିତ କରିବା ପାଇଁ ସୃଷ୍ଟି ଏକାଡେମି ଡେଭଲପମେଣ୍ଟ ଫାଉଣ୍ଡେସନ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ପ୍ରଫେସର ବରଦା ପ୍ରସାଦ ପାଣିଗ୍ରାହୀ, ଟାଟା ଷ୍ଟିଲ୍‌ ଲିମିଟେଡ୍‌ର ଇଏସ୍‌ଆର୍‌ ମୁଖ୍ୟ ଅମ୍ବିକା ନନ୍ଦ, କଗନିଜାଣ୍ଟ ଟେକ୍ନୋଲୋଜିର ପୂର୍ବତନ ନିର୍ଦ୍ଦେଶକ ତଥା ଏକ୍‌ ଆଶା ସଂଗଠନର ପ୍ରତିଷ୍ଠାତା ସମ୍ବିତ ଦାସ, ଆର୍‌ବିଆଇର ସହକାରୀ ପ୍ରବନ୍ଧକ ଆଲୋକ ରଣବାହୁ, ଆଦମି ପ୍ରେମ୍‌ଜି ମାନବ କଲ୍ୟାଣ ସଂସ୍ଥାନର ବରିଷ୍ଠ ପ୍ରୋଗ୍ରାମ ମ୍ୟାନେଜର୍‌ ରାଜୀବ ସାମଲ, ରାଜ୍ୟ ଯୋଜନା ବୋର୍ଡର ସ୍ବତନ୍ତ୍ର ସଚିବ ସୁଜିତ କୁମାର ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ। ସୃଷ୍ଟି ଏକାଡେମିର ମୁଖ୍ୟ ସରୋଜ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ସମ୍ବନ୍ଧିତ ଖବର