ଯୁକ୍ତ୩ ଓ ଯୁକ୍ତ୨ କଲେଜ ଅଲଗା ହେବା ନେଇ ୧୯ରେ ବୈଠକ

ଭୁବନେଶ୍ବର : ଯୁକ୍ତ୩ ଓ ଯୁକ୍ତ୨ କଲେଜ ପୃଥକୀକରଣ ହୋଇପାରିନାହିଁ। ୪ ବର୍ଷ ତଳେ ଯୋଜନା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେତେକ ସ୍ଥାନରେ ପୃଥକ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଏକାଠି ରହିଛି। ଗୋଟିଏ କ୍ୟାମ୍ପସରେ ଉଭୟ କଲେଜ ଚାଲିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଅଧ୍ୟାପକମାନେ ଯୁକ୍ତ୨ କଲେଜରେ ପଢ଼ୁଛନ୍ତି। ଏଭଳି ସମସ୍ୟାର ସମାଧାନ ନେଇ ଆସନ୍ତା ୧୯ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ବସିବାକୁ ଥିବା ଏହି ବୈଠକରେ ଏହା ଉପରେ ବିଶଦ୍‌ ଆଲୋଚନା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର