କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ଗଡ଼ିବ ମେମୁ

ଭୁବନେଶ୍ବର : ପୁରୀ ଓ କଟକ, କଟକ ଓ ଭଦ୍ରକ ଏବଂ କଟକ ଓ ପାରାଦୀପ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୁରୀ-କଟକ ମେମୁ (୬୮୪୧୬) ୧୨ଏପ୍ରିଲରୁ ପୁରୀରୁ ପୂର୍ବାହ୍ନ ୮ଟାରେ ଛାଡ଼ି କଟକରେ ପୂର୍ବାହ୍ନ ୧୦ଟା ୪୫ରେ ପହଞ୍ଚିବାକୁ ଥିବା ବେଳେ କଟକ-ପୁରୀ ମେମୁ (୬୮୪୧୫) କଟକରୁ ଏପ୍ରିଲ ୧୩ ତାରିଖ ଅପରାହ୍‌ଣ ୪ଟା ୫୫ରେ ଛାଡ଼ି ପୁରୀରେ ସନ୍ଧ୍ୟା ୭ଟା ୪୫ରେ ପହଞ୍ଚିବ। ସେହିପରି କଟକ-ଭଦ୍ରକ ମେମୁ (୬୮୪୨୪) ଏପ୍ରିଲ୍‌ ୧୩ରେ କଟକରୁ ସକାଳ ୮ଟା ୪୫ରେ ଛାଡ଼ି ଭଦ୍ରକରେ ସେହିଦିନ ମଧ୍ୟାହ୍ନ ୧୨ଟା ୧୦ରେ ପହଞ୍ଚିବାକୁ ଥିବା ବେଳେ ଭଦ୍ରକ-କଟକ ମେମୁ (୬୮୪୨୩) ସ‌େହିଦିନ ଅପରାହ୍‌ଣ ୧୨ଟା ୫୦ରେ ଛାଡ଼ି କଟକରେ ଅପରାହ୍‌ଣ ୪ଟା ୧୫ରେ ପହଞ୍ଚିବ।
କଟକ-ଭଦ୍ରକ ମେମୁ (୬୮୪୩୮) କଟକରୁ ୧୨ ଏପ୍ରିଲ ପୂର୍ବାହ୍ନ ୧୧ଟା ୫୫ରେ ଛାଡ଼ି ଭଦ୍ରକରେ ଅପରାହ୍‌ଣ ୨ଟା ୫ରେ ପହଞ୍ଚିବାକୁ ଥିବା ବେଳେ ଭଦ୍ରକ-କଟକ ମେମୁ (୬୮୪୩୭) ଭଦ୍ରକରୁ ୧୨ ଏପ୍ରିଲ ଅପରାହ୍‌ଣ ସାଢ଼େ ୩ଟାରେ ଛାଡ଼ି କଟକରେ ସନ୍ଧ୍ୟା ୬ଟା ୩୫ରେ ପହଞ୍ଚିବ। କଟକ-ପାରାଦୀପ ମେମୁ(୬୮୪୦୧) କଟକରୁ ୧୨ ଏପ୍ରିଲ ସନ୍ଧ୍ୟା ୭ଟାରେ ଛାଡ଼ି ପାରାଦୀପଠାରେ ରାତି ୮ଟା ୫୦ରେ ପହଞ୍ଚିବାକୁ ଥିବା ବେଳେ ପାରାଦୀପ-କଟକ ମେମୁ (୬୮୪୦୨) ପାରାଦୀପରୁ ୧୩ ଏପ୍ରିଲ ସକାଳ ୬ଟା ୩୦ରେ ଛାଡ଼ି କଟକରେ ପୂର୍ବାହ୍ନ ୮ଟା ୨୦ରେ ପହଞ୍ଚିବ।

ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ବିଶେଷ ଟ୍ରେନ୍‌ ପରିବର୍ତ୍ତିତ ନମ୍ବର ସହିତ ଚଳାଚଳ କରିବ। ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ବିଶେଷ ଟ୍ରେନ୍‌ ଭୁବନେଶ୍ୱରରୁ ୨୦ ଏପ୍ରିଲ ଏବଂ ଜଗଦଲପୁରରୁ ୨୧ ଏପ୍ରିଲରୁ ପରିବର୍ତ୍ତିତ ଟ୍ରେନ୍‌ ନମ୍ବର (୦୮୪୪୫/ ୦୮୪୪୬) ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ବିଶେଷ ଟ୍ରେନ୍‌ ଭାବରେ ଚଳାଚଳ କରିବ।

ସମ୍ବନ୍ଧିତ ଖବର