ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ

କଳାବାଡ଼ିଆ : ବାଙ୍ଗିରିପୋଷି ବ୍ଲକ୍‌ ଭୁଆଶୁଣୀ ପଞ୍ଚାୟତର ଧୋବଣୀଜୋଡ଼ା ଗ୍ରାମର ଜଣେ ଯୁବକ ଦାଦନ ଖଟିବାକୁ ଯାଇ ମୃତ୍ୟୁମୁଖରେ ପଡ଼ିଛି। ମୃତ ଯୁବକ ହେଉଛନ୍ତି ଭୁତ ମୁର୍ମୁ(୩୫)। ସୂଚନା ଅନୁସାରେ, ଆଜିକୁ ପ୍ରାୟ ୬ ମାସ ତଳେ ଏହି ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ବ ଯୁବକ ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଭୁତ ମୁର୍ମୁ (୩୫)ଙ୍କ ମୃତ୍ୟୁ ଘଟିଛି। ତେବେ ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ଘଟିଥିବା କମ୍ପାନି ପାଖରୁ ଖବର ଆସିଥିଲା। ଏନେଇ ପରିବାର ଲୋକ ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଛନ୍ତି। ପରିବାର ଲୋକ ଶବ ଆଣିବା ପାଇଁ ଚେନ୍ନାଇ ଯାଇଥିବାର ଜଣାପଡିଛି।

ସମ୍ବନ୍ଧିତ ଖବର