ଭାସି ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ନାବାଳକ

ଅମ୍ବାଭୋନା : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ରୁଚିଦା ପଞ୍ଚାୟତ ଅନ୍ତର୍ଗତ ବିଲେଇଗଡ଼ ଗ୍ରାମରେ ଶୁକ୍ରବାର ଜଣେ ଯୁବକ ପାଣିରେ ଭାସି ଯାଉଥିବା ବେଳେ ଉକ୍ତ ଗ୍ରାମର ଜଣେ ନାବାଳକ ତାଙ୍କୁ ଉଦ୍ଧାର କରିଛନ୍ତି। ପ୍ରାପ୍ତ ସୂଚନାନୁସାରେ ଗାଁ’ର ବିଦେଶୀ ବରିହା (୩୭) ସବୁଦିନ ଭଳି ଆଜି ବି ଗାଁ’ ପାଖ ନାଳକୁ ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ତାଙ୍କ ମୁଣ୍ଡ ବୁଲାଇବାରୁ ଚେତାଶୂନ୍ୟ ହୋଇ ପାଣିରେ ପଡ଼ି ଭାସି ଯାଉଥିଲେ। ଏହି ସମୟରେ ନାଳ ପାଖକୁ ବୁଲିବାକୁ ଯାଇଥିବା ଉକ୍ତ ଗାଁ’ର ଘନେଶ୍ବର ପଧାନ (୧୬) ବିଦେଶୀଙ୍କୁ ଭାସି ଯାଉଥିବା ଦେଖି ନାଳକୁ ଡେଇଁ ତାଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର