ଟ୍ରକ ଡ୍ରାଇଭରମାନଙ୍କୁ ଆକ୍ରମଣ କରି ୧୧ଟି ଟ୍ରକରୁ ୫ଲକ୍ଷରୁ ଅଧିକ ଟଙ୍କା ଲୁଟ୍

ଟାଙ୍ଗି : କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତ ନିମେଇସାପୁର ପେଟ୍ରୋଲ୍ ପମ୍ପ୍ ନିକଟରେ କେତେକ ଅସାମାଜିକ ଯୁବକ ଡ୍ରାଇଭରମାନଙ୍କୁ ଆକ୍ରମଣ କରି ୧୧ଟି ଟ୍ରକରୁ ୫ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ପେଟ୍ରୋଲ୍ ପମ୍ପ୍ ନିକଟରେ ଥିବା ଏହି ଟ୍ରକଗୁଡ଼ିକର  ଡ୍ରାଇଭରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାସହ ସେମାନଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ କରିଥିଲେ। ଏହାଫଳରେ ଡ୍ରାଇଭରମାନେ ଗରୁତର ଆହତ ହୋଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ଉକ୍ତ ଅସାମାଜିକ ଯୁବକ ମାନେ ଟ୍ରକ୍ ଗୁଡ଼ିକର ସାମ୍ନା କାଚଗୁଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିବା ଜଣାଯାଇଛି। ପରେ ଏସଂପର୍କରେ ସୂଚନା ପାଇ ଟାଙ୍ଗି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Image result for tangi police station cuttack
image source-ommcom News

ଉକ୍ତ ପେଟ୍ରୋଲ ପମ୍ପ ନିକଟରେ ସବୁ ସମୟରେ ଟ୍ରକ୍ ଗୁଡ଼ିକ ବେଆଇନ ଭାବେ ରହୁଥିବାରୁ ଟ୍ରାଫିକ୍ ସମସ୍ୟା ଦେଖାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାର ଅଭିଯୋଗ ହୋଇଛି। କଟକର ମଙ୍ଗଳି ଛକଠାରୁ ପଶୁପତିଗଡ଼ା ଯାଏଁ ଏଭଳି ବେଆଇନ ଭାବେ ଟ୍ରକଗୁଡ଼ିକ ରହୁଥିବାରୁ ପରିଲକ୍ଷିତ ହେଉଛି।

ସମ୍ବନ୍ଧିତ ଖବର