ଅର୍ଚ୍ଚନା ନାଗ ମାମଲା: ୧୧ ଘଣ୍ଟାର ଜେରା ପରେ ’ଇଡି’ରୁ ବାହାରିଲେ ବିଧାୟକଙ୍କ ଭାଇ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଢେଙ୍କାନାଳ ବିଧାୟକ ସରୋଜ ସାମଲଙ୍କ ଭାଇ ଗଙ୍ଗାଧର ସାମଲଙ୍କୁ ଦିନ ତମାମ ଜେରା କରିଛି। ଇଡିର ଅଧିକାରୀମାନେ ଗଂଗାଧର ସାମଲଙ୍କୁ ୧୧ ଘଣ୍ଟା ଜେରା କରିଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ଇଡିକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି।

ତେବେ ଗଙ୍ଗାଧର ସାମଲ ଇଡିରୁ ବାହାରିଲା ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଅର୍ଚ୍ଚନା ନାଗ ଓ ତାଙ୍କର ସ୍ବାମୀ ଜଗବନ୍ଧୁ ଚାନ୍ଦ ତାଙ୍କ ସୋ’ରୁମ୍‌ରୁ ଏକ କାର କିଣିବା ପାଇଁ ବୁକ କରିଥିଲେ। ଏଥି ପାଇଁ ସ୍ବାମୀ-ସ୍ତ୍ରୀ ବ୍ୟାଙ୍କ ଚେକ୍‌ ଦେଇଥିଲେ। କିନ୍ତୁ ଆୟକରଜନିତ ସମସ୍ୟା ପାଇଁ ସେମାନେ କାର୍‌ ବୁକିଂ ବାତିଲ କରିଦେଥିଲେ।  ଏ ବାବଦରେ ୩୫ ଲକ୍ଷ ୧୧ ହଜାର ଟଙ୍କା ଫେରାଇଥିଲୁ। ଟଙ୍କା ଫେରାଇବା ନେଇ ଇଡିକୁ ତଥ୍ୟ ଦେଇଛି। 

ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି ଖଗେଶ୍ବର ପାତ୍ର ପ୍ରତିକ୍ରିୟା ଦେଇଥିଲେ। ଖଗେଶ୍ବର କୋର୍ଟରୁ ବାହାରକୁ ବାହାରିବା ସମୟରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ନିର୍ଦୋଷ। କାହାଠାରୁ ୫ ଟଙ୍କାଟିଏ ଆଣିନି। ଶ୍ରଦ୍ଧାଞ୍ଜଳି ବେହେରାକୁ ମୁଁ ଚିହ୍ନିନାହିଁ। ମୁଁ କାହାକୁ ସହଯୋଗ କରିନାହିଁ।

ସମ୍ବନ୍ଧିତ ଖବର