ଭୁବନେଶ୍ବର : କିଛି ଦିନ ତଳେ ତୁଣ୍ଡ ନେଇଥିଲା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମନ୍ତ୍ରୀ ପଦ। ନିଜ ଘର ଛାଡି ଶାସକ ବିଜେଡିକୁ ଡେଇଁବେ କି ନାହିଁ, ତାହା ସ୍ପଷ୍ଟ ହୋଇନଥିଲା ବେଳେ ବିଜେଡିକୁ ଖୋଲା ପ୍ରଶଂସା ଓ ହାଇକମାଣ୍ଡଙ୍କ ସଂପର୍କରେ ମନ୍ତବ୍ୟ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହଙ୍କୁ ଅନୁରୂପ ପରିସ୍ଥିତିକୁ ଟାଣି ନେଇଛି। ତାଙ୍କ ତୁଣ୍ଡ ତାଙ୍କ ରାସ୍ତାରେ ପାଚେରି ଛି଼ଡା କରିଛି ତଥା ମହଙ୍ଗା ପଡିଛି। ନବଙ୍କ ଭଳି ଯୋଗେଶକୁ କଂଗ୍ରେସରେ ରହି ବିଜେଡି ପାଇଁ ପ୍ରସ୍ତୁତି କରିବା ଲାଗି ସୁେଯାଗ ନ ଦେଇ ଆଜି କଂଗ୍ରେସ ହାଇକମାଣ୍ଡ ତାଙ୍କୁ ଦଳରୁ ବିଦା ହେବାର ବାଟ ଦେଖାଇ ଦେଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀ ସିଂହଙ୍କୁ କଂଗ୍ରେସ ନିଲମ୍ବନ ନିର୍ଦେଶନାମା ଧରାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟିର ବୈଠକ ଗତକାଲି ବସିଥିଲା। ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ବିେରାଧରେ ଆସିଥିବା ଦଳ ବିରୋଧୀ ଅଭିଯୋଗ ନେଇ ଏଥିରେ ଆେଲାଚନା େହାଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ଯୋଗେଶଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ୨୪ ଘଣ୍ଟା ମଧ୍ୟରେ ଜବାବ ଦେବାକୁ କୁହାଯାଇଥିଲା। ଜବାବ ନ ମିଳିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କମିଟିର ଆବାହକ ତଥା ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ କହିଛନ୍ତିି। ତେବେ ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ ବିରୁଦ୍ଧରେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ କୌଣସି ଅଭିଯୋଗ ନଥିବା ଶ୍ରୀ ସେଠୀ ସ୍ପଷ୍ଟ କରିଦେଇଛନ୍ତିି। ଏଥିସହିତ ଦୁଇଜଣ ବିଧାୟକଙ୍କ ଉପରେ ଶୃଙ୍ଖଳାର ଛାଟ ବାଜିବ େବାଲି ଯାହା କୁହାଯାଉଥିଲା, େସ ଆଶଙ୍କା ବର୍ତମାନ ପାଇଁ ଟଳିଯାଇଛି।
କଂଗ୍ରେସ ଓ ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସଙ୍କ ମଧ୍ୟରେ ସଂପର୍କ ଛିନ୍ନ ହେବା ପରେ ପରେ େଯାଗେଶଙ୍କୁ ନିଲମ୍ବନ କରାଯିବା ଘଟଣା ରାଜ୍ୟ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ନିର୍ବାଚନ ବର୍ଷରେ କଂଗ୍ରେସ ଦଳ ବିଶୃଙ୍ଖଳାକାରୀଙ୍କୁ ଠିକଣା ପ୍ରତିଜବାବ ଦିଆଯିବା ଭଳି କଠୋର ଆଭିମୁଖ୍ୟ ପ୍ରକଟ କରି ବାର୍ତା େଦଇଛି େଯ ନିର୍ବାଚନ ବର୍ଷରେ ହାଇକମାଣ୍ଡ କାହାକୁ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି। ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ନବ ଦାସଙ୍କ ସଂପର୍କରେ ପ୍ରତିକ୍ରିୟା ଦେବା ବେଳେ ଛତିଶଗଡ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଦଳ ଛାଡିବା ସଂପର୍କେର ସୂଚାଇଥିଲେ। ଦଳ ଛାଡିଯାଇଥିବା ଛତିଶଗଡର ଏହି ନେତା କିଭଳି ବିେଜପି ଯିବା ପରେ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲେ, େସ ସଂପର୍କରେ ଗଣମାଧ୍ୟମକୁ ଜଣାଇ ପରୋକ୍ଷରେ ନବଙ୍କ ପଦକ୍ଷେପ ଦଳ ପାଇଁ କୌଣସି ପ୍ରଭାବ ରଖିବ ନାହିଁ େବାଲି ସଙ୍କେତ ଦେଇଥିଲେ ପିସିସି ସଭାପତି।
ଅନ୍ୟପଟେ ନିଲମ୍ବନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା େଦଇ ଯୋଗେଶ କହିଛନ୍ତି, ମୁଁ ସେମିତି କୌଣସି ଭୁଲ କରି ନାହିଁ ଯେଉଁଥିପାଇଁ ମୋତେ ନିଲମ୍ବନ କରାଗଲା । ମୁଁ କେବେ କୌଣସି ସ୍ଥାନରେ କଂଗ୍ରେସ ଛାଡ଼ିବି ବୋଲି କହିନାହିଁ। ମୁଖ୍ୟମନ୍ତ୍ରୀଙ୍କ ଭଲ କାମକୁ ପ୍ରଶଂସା କରିବା କ’ଣ ଦଳ ବିରୋଧୀ ମନ୍ତବ୍ୟ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଯୋଗେଶ। ବରଂ େଜାର େଦଇ କହିଛନ୍ତି, ଏବେ ବି ମୁଁ ନବୀନଙ୍କୁ ପ୍ରଶଂସା କରୁଛି।
ଶ୍ରୀ ସିଂହ ଆହୁରି କହିଥିଲେ, ମୋର ବ୍ୟକ୍ତିଗତ କାରଣରୁ ମୁଁ ରାହୁଲଙ୍କ ସଭାରେ ଯୋଗଦେଇ ପାରିବିନି ବୋଲି ପୂର୍ବରୁ କହିଥିଲି। ତେବେ ବିଜେଡିରେ ମିଶିବି କି ନାହିଁ ଭବିଷ୍ୟତ କହିବ। ଏପର୍ଯ୍ୟନ୍ତ ମୋତେ କାହାର ନିମନ୍ତ୍ରଣ ଆସିନି। ଆସଲେ ଜଣାଇବି ବୋଲି ସାମ୍ବାଦିକଙ୍କ ପ୍ରଶ୍ନ ଉତ୍ତରରେ େସ କହିଛନ୍ତି।
ଶ୍ରୀ ସିଂହ ନିଲମ୍ବନକୁ ସ୍ୱାଗତ ଜଣାଇ କହିଛନ୍ତି, ଖୁବ୍ ଶୀଘ୍ର ବିଧାୟକ ପଦରୁ ମଧ୍ୟ ସେ ଇସ୍ତଫା ଦେବେ। ସେ କହିଛନ୍ତି, ପୂର୍ବରୁ ଅନ୍ୟମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି। ତାହା କ’ଣ ଦଳ ବିରୋଧୀ ମନ୍ତବ୍ୟ ନୁହେଁ କି? ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି?
ଏଠାରେ ପ୍ରକାଶଥାଉକି, େଗାଟିଏ ସପ୍ତାହ ଭିତରେ ପଶ୍ଚିମ ଓଡ଼ିଶାର ଦୁଇ ବିଧାୟକ ନବ ଦାସ ଓ େଯାଗେଶ ସିଂହଙ୍କ ସହିତ କେଂଗ୍ରସ ସଂପର୍କ ଛିନ୍ନ କରିବା ଘଟଣାକୁ ରାଜନୈତିକ ମହଲ େଯତିକି ଗୁରୁତ୍ବ େଦଉଛନ୍ତି, ନିର୍ବାଚନ ବର୍ଷରେ ଏହା କେତେ ପ୍ରଭାବ ରଖିବ, ଦଳ େସସବୁ ଅଞ୍ଚଳରେ ବଢିବ ନା ଛିଡିବ, େସ େନଇ ମଧ୍ୟ ସାଧାରଣରେ ଅବଗଣନା ଆରମ୍ଭ େହାଇଛି।