ଏସ୍‌ସିବିରେ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରିଙ୍କ ଅସ୍ତ୍ରୋପଚାର

କଟକ : ପୂର୍ବତନ ବାଚସ୍ପତି ତଥା ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରି ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ପିତ୍ତକୋଷରେ ଷ୍ଟୋନ୍‌ ହୋଇଥିବାରୁ ଆଜି ସର୍ଜରି ବିଭାଗ ଓଟିରେ ତାଙ୍କର ଲାପ୍ରୋସ୍କୋପି କରାଯାଇଛି। ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ତାଙ୍କୁ ସର୍ଜରୀ ୧ନମ୍ବର କ୍ୟାବିନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ଆଜି ସଂଧ୍ୟାରେ ଶ୍ରୀପୂଜାରିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମେଡିକାଲ୍‌କୁ ଆସିଥିଲାବେଳେ ଏଠାରେ ତାଙ୍କ ପରିବାର ଲୋକଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ। ଲାପ୍ରୋସ୍କୋପି ଅସ୍ତ୍ରୋପଚାର କରାଯାଇଥିବାରୁ ଆଉ ୨/୩ ଦିନ ମଧ୍ୟରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇପାରେ ବୋଲି ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର