ପୁଲିସ ମାଓବାଦୀ ଗୁଳିବିନିମୟ: ବହୁ ନକ୍ସଲ ମୃତାହତ ସୂଚନା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀ ମାତିଛନ୍ତି। ଆଜି ଦନ୍ତେଵାଡା ଜିଲ୍ଲାର ଅରଣପୁର ଥାନା ଅଂଚଳରେ ପୁଣି ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଚାଲିଥିବା ନେଇ ଏସପି ସିଦ୍ଧାର୍ଥ ତିଵାରୀ ପ୍ରକାଶ କରିଛନ୍ତି। ଅରଣପୁର ଜଂଗଲରେ ମାଓବାଦୀ କ୍ୟାମ୍ପ କରି ରହିଥିବା ନେଇ ପୁଲିସ ସୂଚନା ପାଇବା ପରେ ଚଢାଉ କରିଥିଲା। ପୁଲିସକୁ ଦେଖି ମାଓବାଦୀ ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏବେ ବି ରହି ରହି ଗୁଳି ଶଦ୍ଦ ଶଭୁଛି। ତେବେ ଏସପିଙ୍କ କହିବା ଅନୁଯାୟୀ ଏହି ଗୁଳିବିନିମୟରେ ବହୁ ନକ୍ସଲ ମୃତାହତ ହୋଇଛନ୍ତି। ସର୍ଚ୍ଚ ଅପରେସନ ଜାରି ରହିଥିବା ସେ କହିଥିଲେ।ମାୋବାଦୀ ଲଗାତାର ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଆମ୍ବୁସ ଲଗାଇ ଜଂଗଲରେ ବସି ରହିଛନ୍ତି। ତେବେ ଯବାନ ମଧ୍ୟ ଅତି ସତର୍କତା ସହ ଜଂଗଲରେ କୁମ୍ବିଂ ଅପରେସନ କରୁଥିବାରୁ ଆମ୍ବୁସରେ ସହଜରେ ଫସୁ ନଥିବା ପୁଲିସ କହିଛି। ତେବେ ମାଓବାଦୀଙ୍କୁ ପଛକୁ ହଟାଇବାରେ ପୁଲିସ ସଫଳ ହୋଇଛି।

ସମ୍ବନ୍ଧିତ ଖବର