କୁନ୍ଦୁଲି ପୀଡ଼ିତାଙ୍କୁ ଭେଟିଲେ ମା’

ଆଜି ଯାଇପାରନ୍ତି ଘରକୁ, ପୂର୍ବତନ ସାଂସଦଙ୍କ ଧାରଣା ଜାରି

କଟକ : ଏସ୍‌ସିବିରେ ଚିକିତ୍ସାଧୀନ କୁନ୍ଦୁଲି ପୀଡ଼ିତାଙ୍କୁ ଆଜି ତାଙ୍କ ମା’ ସାକ୍ଷାତ କରିଛନ୍ତି। ମେଡିସିନ୍‌ ଆଇସିୟୁରେ ଚିକିତ୍ସିତ ପୀଡ଼ିତାଙ୍କୁ ତାଙ୍କ ମା’ ଭେଟିବା ସହିତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଆସନ୍ତାକାଲି ବଡ଼ ମେଡିକାଲ ବୋର୍ଡ ମିଟିଙ୍ଗ ଡକାଯାଇଛି। ଏହି ବୈଠକରେ ପୀଡ଼ିତାଙ୍କ ଡିସ୍‌ଚାର୍ଜ ସଂପର୍କରେ ଆଲୋଚନା କରାଯିବା ପରେ ଚୁଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଆଜି ପୀଡ଼ିତାଙ୍କ ମା’ଙ୍କୁ ଝିଅ ସହିତ ଅଧଘଣ୍ଟା ପାଇଁ ସାକ୍ଷାତ କରିବାକୁୁ ସୁଯୋଗ ଦିଆଯାଇଥିଲା। ଗତକାଲି ପୀଡ଼ିତାଙ୍କ ମା’ ଝିଅକୁ ତାଙ୍କ ସହ ଛାଡ଼ିବା ଦାବିରେ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅନ୍ୟ ପକ୍ଷରେ ପୀଡ଼ିତାଙ୍କୁ ଛାଡ଼ିବା ଦାବିରେ ଗତକାଲି ଏସ୍‌ସିବି ନିୟୁ ମେଡିସିନ୍‌ ଓ୍ଵାର୍ଡ ସମ୍ମୁଖରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଧାରଣାରେ ବସିଥିଲେ। ଆଜି ମଧ୍ୟ ଶ୍ରୀ ମାଝି ତାଙ୍କ ଧାରଣାକୁ ଜାରି ରଖିଛନ୍ତି। ଶ୍ରୀ ମାଝୀଙ୍କ ସହିତ ବିଧାୟକ କୃଷ୍ଣ ସଗରିଆ, ଅନେକ କଂଗ୍ରେସ ନେତା ଓ ସାମାଜିକ କର୍ମୀ ମଧ୍ୟ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର