ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମହମ୍ମଦ ମୋକିମ୍, ଭିଜିଲାନ୍ସ କୋର୍ଟ ଦଣ୍ଡ ଖାରଜ ପାଇଁ ଆବେଦନ

କଟକ : ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍ ସହ ଜରିମାନାରେ ଦଣ୍ଡିତ କରିଛନ୍ତି। ଭିଜିଲାନ୍ସ କୋର୍ଟର ଏହି ଦଣ୍ଡକୁ ଖାରଜ (ସସପେନସନ୍) ପାଇଁ ଅନୁରୋଧ କରି ‌ଶ୍ରୀ ମୋକିମ୍ ମାମଲା ରୁଜୁ କରିଛନ୍ତି। ଶ୍ରୀ ମୋକିମ୍‌ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏହି ମାମଲା ପରିଚାଳନା କରୁଛନ୍ତି।

୨୦୧୩ର ସୁ୍ପ୍ରିମକୋର୍ଟଙ୍କ ରାୟ ଆଧାରରେ ୩ ବର୍ଷରୁ ଅଧିକ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବାରୁ ଶ୍ରୀ ମୋକିମଙ୍କ ବିଧାୟକ ପଦ ତତକ୍ଷଣାତ୍‌ ରଦ୍ଦ ହୋଇଯାଇଥିବା କୁହାଯାଉଛି। କିନ୍ତୁ ହାଇକୋର୍ଟରେ ମାମଲାର ଶୁଣାଣି ପରେ ଆଗକୁ ଏହି ଘଟଣା ସଂପର୍କିତ ସ୍ଥିତି ସ୍ପଷ୍ଟ ହୋଇଯିବ। ହାଇକୋର୍ଟରେ ଆଜିଠାରୁ ଦଶହରା ଅବକାଶ ଆରମ୍ଭ ହୋଇଥିବା ବେଳେ କୋର୍ଟ କାର୍ଯ୍ୟ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ମାମଲା ଶୁଣାଣି ବନ୍ଦ ରହିବ। କିନ୍ତୁ ହାଇକୋର୍ଟ କାର୍ଯ୍ୟାଳୟ ଖୋଲା ରହିଥିବା ବେଳେ ଶ୍ରୀ ମୋକିମ୍‌ଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର