୪୫୮୪ଟି ବୁଥ୍‌ରେ ହେବ ପୌର ‌ଭୋଟ୍

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ କମିସନର ଜୋରଦାର୍ ପ୍ରସ୍ତୁତି ଚଳାଇଛନ୍ତି। ଏଥର ୪୮ଟି ମ୍ୟୁନିସପାଲଟି, ୫୯ଟି ଏନ୍‌ଏସି ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ହେବାକୁ ଥିବାବେଳେ ଏନେଇ ବୁଥ୍‌ ତାଲିକା ପ୍ରସ୍ତୁତ ହୋଇଛି। ବିଭିନ୍ନ ପୌର ସଂସ୍ଥା, ଜିଲ୍ଲାପାଳମାନେ ପଠାଇଥିବା ୱାର୍ଡ ଓ ବୁଥ୍‌ ତାଲିକାକୁ ରାଜ୍ୟ ନିର୍ବାଚନ କମିସନ ଅନୁମୋଦନ କରିଛନ୍ତି।

ଏଥିର ୧୧୦ଟି ପୌରାଞ୍ଚଳରେ ୧୯୩୧ଟି ୱାର୍ଡର ୪୫୮୪ଟି ବୁଥ୍‌ରେ ନିର୍ବାଚନ ହେବ। ଏଥିରୁ ୧୦୭ଟି ମ୍ୟୁନିସପାଲଟି ଓ ଏନ୍‌ଏସିରେ ଥିବା ୧୭୬୩ଟି ୱାର୍ଡରେ ୩୧୭୭ଟି ବୁଥ୍‌ ଥିବାବେଳେ ୩ଟି ମହାନଗର ନିଗମରେ ୧୬୮ଟି ୱାର୍ଡ ଥିବାବେଳେ ୧୪୦୭ଟି ବୁଥ୍‌ ଅଛି।

ଭୁବ‌େନଶ୍ବର ମହାନଗର ନିଗମରେ ସର୍ବାଧିକ ୬୭ଟି ୱାର୍ଡ ଥିବା‌େବଳେ ଏଠାରେ ୭୦୫ଟି ବୁଥ୍‌, କଟକ ମହାନଗର ନିଗମରେ ୫୯ଟି ୱାର୍ଡରେ ୪୫୨ଟି ବୁଥ୍‌, ବ୍ରହ୍ମପୁର ମହାନଗର ନିଗମରେ ୪୨ଟି ୱାର୍ଡରେ ୨୫୦ଟି ବୁଥ୍‌ ହୋଇଛି।

ସମ୍ବନ୍ଧିତ ଖବର