ସାମାନ୍ୟ ବଚସାରୁ ସାଙ୍ଗକୁ ହତ୍ୟା: ଅଭିଯୁକ୍ତ ଗିରଫ

ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି କଣ୍ଟାବାହାଲ ପଞ୍ଚାୟତ ଅନ୍ତର୍ଗତ ଗୋଇଡା ଗ୍ରାମରେ ମଦ୍ୟପ ଅବସ୍ଥାରେ ସାଙ୍ଗକୁ ହତ୍ୟା କରିଛି ସାଙ୍ଗ। ଏଭଳି ଜଘନ୍ୟ କାଣ୍ଡ ଘଟାଇ ଗିରଫ ହୋଇଛି ସଇତାନ ସାଙ୍ଗ।
ସୂଚନା ଅନୁଯାୟୀ, ଗୋଇଡା ଗ୍ରାମର ବାଙ୍ଗୁରୁ ନାୟକଙ୍କ ପୁତ୍ର ରଣଜିତ ନିୟକ (୨୬) ଓ ଅରକ୍ଷିତ କୁମୁରାଙ୍କ ପୁଅ ପ୍ରଭାତ କୁମୁରା (୩୪) ଦୁଇ ସାଙ୍ଗ। ବୁଧବାର ସନ୍ଧ୍ୟାରେ ଦୁଇ ସାଙ୍ଗ ଏକାଠି ମଦ୍ୟପାନ କରିଥିଲେ।କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ରାଗରେ ପ୍ରଭାତ ରଣଜିତର ପିତା ବାଙ୍ଗୁରୁଙ୍କ ତଣ୍ଟି ଚିପି ଦେଇଥିଲା। ରଣଜିତ ପ୍ରତିବାଦ କରିବାରୁ ପ୍ରଭାତ ଘରକୁ ପଳାଇଥିଲା। ଖାଇ ସାରି ରାତିରେ ସମସ୍ତେ ଶୋଇଥିଲେ। ମାତ୍ର ଉତ୍ୟକ୍ତ ଅବସ୍ଥାରେ ଥିବା ପ୍ରଭାତ ରାଗ ଗରଗର ହୋଇ ପ୍ରତିଶୋଧ ନେବା ପାଇଁ ରାତି ୧୦ ଟାରେ ରଣଜିତ ଏକ ଟାଙ୍ଗିଆରେ ହତ୍ୟା କରିଥିଲା।

ଖବର ଖଇରପାଲି ଫାଣ୍ଡି ଅଧିକାରୀ ଗୋପବନ୍ଧୁ ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ।ହତ୍ୟାକାରୀ ବନ୍ଧୁ ପ୍ରଭାତକୁ ଗିରଫ କରିଥିଲା। ଗୁରୁବାର ଦେବଗଡ଼ ଏସ୍.ଡି.ପି.ଓ ପ୍ରତ୍ଯୁଷ କୁମାର ମହାପାତ୍ର ପହଞ୍ଚି ତଦନ୍ତ କରିଛନ୍ତି। ସାଇଣ୍ଟିଫିକ ଟିମ ପହଞ୍ଚି ମଧ୍ୟ ପରୀକ୍ଷାନିରୀକ୍ଷା କରୁଛି। ଅପରପକ୍ଷରେ ସଇତାନ ସାଙ୍ଗ ପ୍ରଭାତ ହତ୍ୟା କରିଥିବା ପୁଲିସ ଆଗରେ କହିଥିବା ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର