ସୁବର୍ଣ୍ଣପୁର: ମାଛ ଚାଷକୁ ନେଇ ଗଣ୍ଡଗୋଳ, ଦାଦାକୁ ହାଣିଲା ପୁତୁରା

ବୀରମହାରାଜପୁର: ମାଛ ଚାଷକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଦାଦାକୁ ପୁତୁରା ହାଣିଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୁଣ୍ଡିଆପାଲିରେ ମାଛଚାଷକୁ ନେଇ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘଟଣାର ଶିକାର ହୋଇଛନ୍ତି ପବନ ସେଠୀ (୫୦)

ମିଳିଥିବା ଖବର ଅନୁଯାୟୀ ମୁଣ୍ଡିଆପାଲି ଗାଁର ପବନ ସେଠୀ ଓ ହିମାଂଶୁ ସେଠୀ (୨୬) ହେଉଛନ୍ତି କାକା ଓ ପୁତୁରା ଏମାନେ ଏକ ପୋଖାରୀରେ ମାଛଚାଷ କରିଥିଲେ। ମାଛ ମାରିବାକୁ ନେଇ କାକା ପବନର ପୁଅ ସଚିତା ସହ ପୁତୁରା ହିମାଂଶୁଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏଥିରେ କାକା ପବନ ହିମାଂଶୁ ଓ ସଚିତାକୁ ବୁଝାସୁଝା କରି ଉଭୟଙ୍କୁ ଘରକୁ ପଠାଇ ଦେଇ ପୁଅ ସଚିତା ଓ ପରିବାର ସମସ୍ତଙ୍କୁ ଘରେ ବନ୍ଦ କରି ଗାଆଁ ମୁଣ୍ଡକୁ ସାଇକେଲରେ ଯାଉଥିବା ବେଳେ ପୁତୁରା ହିମାଂଶୁଙ୍କ ବାଇକ୍‌ରେ ଯାଇ ପ୍ରଥମେ କାକା ପବନକୁ ଧକ୍କା ଦେଇଥିଲା। ପବନ ତଳେ ପଡିଯିବାରୁ ପୁତୁରାର ହିମାଂଶୁ ଅତି ନୃଶଂସ ଭାବେ ଟାଙ୍ଗିଆରେ ହାଣିବା ସହ ମୁଁହରେ ପଥର ମାଡକରି ବାଇକରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ପରିବାର ଲୋକେ ରକ୍ତ ଯୁଡୁବୁଡୂ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ସଦର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ପବନକୁ ମୃତ ଘୋଷଣା କରିଥିଲେ ।

ଆଜି ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। ଖବରପାଇ ବୀରମହାରାଜପୁର ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର, ବୀରମହାରାଜପୁର ଆଇଆଇସି ପ୍ରଭାଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତ ହିମାଂଶୁର ବାଇକ୍‌କୁ ମସିଣାପାଲିରୁ ଜବତ କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର