ଝିଆରୀ ସହିତ ପ୍ରେମ ବିବାହ ଯୋଗୁଁ ପାରିବାରିକ ସଂଘର୍ଷ, ରକାକ୍ତ ଅବସ୍ଥାରେ ପରିବାର ଲୋକେ ମେଡିକାଲରେ ଭର୍ତ୍ତି

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମହଣ୍ଡ ପଂଚାୟତର ଗାଣ୍ଡଡିହି ଗ୍ରାମରେ ଗୋଟାଏ ପରିବାର ମଧ୍ୟରେ ଝଗଡା ହୋଇ ଉଭୟଙ୍କ ମଧ୍ୟରେ ମରଣାନ୍ତ ଆକ୍ରମଣ ହେବା ଯୋଗୁଁ ୫ ଜଣ ଗୁରୁତର ଅବସ୍ଥାରେ ଉମରକୋଟ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଗାଣ୍ଡାଡିହି ଗ୍ରାମର ବଜନାଥ ହରିଜନଙ୍କ ଝିଅ ପିଙ୍କି ହରିଜନଙ୍କୁ ତାର କକା ବିଜମଲ ହରିଜନ ପ୍ରେମ ବିବାହ କରି ବାହାର ରାଜ୍ୟ ହରିଆଣାରେ ରହୁଥିବା ବେଳେ ଦୀର୍ଘ ୧୫ ବର୍ଷ ପରେ ଘରକୁ ଫେରିଥିଲେ। ସାଥୀରେ ପିଙ୍କିକୁ ନ ଆଣିବାରୁ ପରିବାର ମଧ୍ୟରେ ଝଡ଼ ସୃଷ୍ଟି ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ପରିବାର ମଧ୍ୟରେ ସଂଘର୍ଷ ହୋଇ ପ୍ରାୟ ୫ ଜଣ ସଦସ୍ୟ ଗୁରୁତର ଅବସ୍ଥାରେ ପ୍ରଥମେ ରାଇଘର ଓ ପରେ ଉମରକୋଟ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ରାଇଘର ଥାନାରେ ଉଭୟ ପକ୍ଷରୁ ମାମଲା ଋଜ୍ଜୁ ହୋଇଥିବା ଜଣାପଡିଛି। ସମସ୍ତେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଯୋଗୁଁ ପୁଲିସ ତଦନ୍ତ ସମ୍ପୁର୍ଣ୍ଣ ହୋଇ ପାରି ନାହିଁ । ଆସନ୍ତାକାଲି ଘଟଣାର ସତ୍ୟା ସତ୍ୟ ପ୍ରକାଶ ପାଇବ ବୋଲି ପୁଲିସ ସୂଚନା ଦେଇଛି ।

ସମ୍ବନ୍ଧିତ ଖବର