ମୁରିବାହାଲ ବ୍ଲକ୍‌ସ୍ତରୀୟ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ: ମୁରିବାହାଲ ସାର୍ବଜନୀନ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ସ୍ଥାନୀୟ ଧନୁଯାତ୍ରା ପଡ଼ିଆରେ ଚାଲିଥିବା ଚତୁର୍ଥ ବର୍ଷ ବ୍ଲକ୍‌ସ୍ତରୀୟ ଧନୁଯାତ୍ରା ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ଶେଷ ରଜନୀରେ କୃଷ୍ଣ-ବଳରାମଙ୍କ ଦ୍ୱାରା କଂସ ନିଧନ ମଞ୍ଚସ୍ଥ ହୋଇଥିଲା। ଆୟୋଜକ କମିଟି ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂସ ଦରବାରରେ ମୁଖ୍ୟଅତିଥି ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ସଂଘ ସଭାପତି ଅଜିତ ଯୋଶୀ, ସମ୍ମାନିତ ଅତିଥି ପୂର୍ବ ସୈନିକ ଧନେଶ୍ୱର ମାଝୀ, ଶିକ୍ଷାବିତ ନାରାୟଣ ମିଶ୍ର, ଡଙ୍ଗରପଡା ସରପଞ୍ଚ ରାମଦାସ ମହାକୁର, ପତ୍ରାପାଲି(କ) ସରପଞ୍ଚ ରାଧେକୃଷ୍ଣ ଦୀପ, ଚଲକୀ ସରପଞ୍ଚ ମମତା ପ୍ରଧାନୀ, ଗରଗଡ଼ବାହାଲ ସରପଞ୍ଚ କରିସ୍ମା ସୁନା, ବ୍ଲକ୍ ବିଜେଡି ସଭାପତି ମୀନକେତନ ପାତ୍ର, ଯୁବ ବିଜେଡି ବ୍ଲକ୍‌ ସଭାପତି ଚିତ୍ତରଞ୍ଜନ ବାଗ, ମଞ୍ଚ କଳାକାର ମଧୁସୂଦନ ମହାନନ୍ଦ, ଅଧ୍ୟାପକ ଦିଲ୍ଲୀପ ପସାୟତ, ଆଦିବାସୀ ନେତା ସୁରେଶ ଭୋଇ, ବିଜେଡି ନେତା କୃଷ୍ଣ ପଧାନ, ଆଦିବାସୀ ନେତ୍ରୀ କିରଣ ଭୋଇ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଚୈତନ୍ୟ ମହାନନ୍ଦ, ସ୍ବେଚ୍ଛାସେବୀ ହୀରାଲାଲ ଜୈନ ଯୋଗ ଦେଇଥିଲେ।

ମହୋତ୍ସବରେ ଆୟୋଜକ କମିଟି ଉପସଭାପତି ନାରାୟଣ ସାହୁ, ଲକ୍ଷ୍ମୀକାନ୍ତ ଧରୁଆ, ସାଧାରଣ ସମ୍ପାଦକ ତରୁଣ ପୋଢ଼, କୋଷାଧ୍ୟକ୍ଷ ଅନିଲ ଶର୍ମା, ଆକାଶ ମାହାକୁର, ସମ୍ପାଦକ ଭରତ ଦାସ, ସହସମ୍ପାଦକ ଅଭିଳାଷ ବଘାର, ପ୍ରେମାନନ୍ଦ ମାଝୀ, ପଦ୍ମଲୋଚନ ସାହୁ, ସଂଯୋଜକ ସୁଧାଂଶୁ ପୋଢ଼, ସାଂସ୍କୃତିକ ସମ୍ପାଦକ ରମେଶ ନାଗ, ସୁଦାମ ସାହୁ, ବୈରାଷ୍ଟ୍ର ପୋଢ଼, ଉପଦେଷ୍ଟା ଭଗବାନ ମହାନ୍ତି, ଦାମୋଦର ଭୋଇ, ଭଗତ ନାଗ, ଭୀଷ୍ମରାଜ ମେହେର, ଦୁର୍ଯ୍ୟୋଧନ ବେହେରା, ଚିନ୍ତାମଣି ମହାରଣା, ଗଙ୍ଗାଧର ହେର୍ଣ୍ଣା ଓ ପରିଚାଳନା କମିଟିର ସରପଞ୍ଚ ବିଶ୍ବବିହାରୀ ଯୋଶୀ, ସୁଦର୍ଶନ ଦୀପ, କେଦାର ବଡ଼ଜେନା, ମନୋଜ କର, ଅଭୟାନନ୍ଦ ଦାସ, କିଶୋର ପୃଷ୍ଟି, ରାମକୃଷ୍ଣ ଆଡ଼ଜୁଆଡ଼, ହେମନ୍ତ ଶର୍ମା, ମଧୁସୂଦନ ନାଗ, ହୃଦାନନ୍ଦ ସାହୁ, ବିଜୟ ଦୀପ, କୁନ୍ତ ପୋଢ଼, ସୁବାସ କେତକୀ, ଭବାନୀ ଶର୍ମା, ନେପାଳ ସାହୁ, ଦିବ୍ୟସୁନ୍ଦର ସାହୁ, ଶ୍ୟାମ ଝାଙ୍କର, ଅଜିତ ବାଗ, ଶ୍ୟାମ ଥାଟି, ରାଜ ନାଗ, ବିକାଶ ଭୋଇ, ନିରଞ୍ଜନ ଆଚାରୀ, ଗୋବିନ୍ଦ ସେଠ ଓ ପ୍ରଶାନ୍ତ ରତେଇ ସହଯୋଗ କରୁଥିଲେ। ଏହି ଅବସରରେ ଅଞ୍ଚଳର ବିଶିଷ୍ଟ ପ୍ରତିଭାମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କଂସ ଭୂମିକାରେ ଲାଠୋରର ଆର୍ତ୍ତରାଣ ସୁନାନୀ ଓ ସାଥୀମାନେ ବିଭିନ୍ନ ଭୂମିକାରେ ଅଭିନୟ କରୁଥିଲେ। ଧନୁଯାତ୍ରା, ମିନାବଜାର, ଅପେରା ଆଦିରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର