ବାତ୍ୟା ବିପନ୍ନଙ୍କୁ ପୁଣି ସହାୟତାର ହାତ ବଢାଇଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ

ବସ୍ତା: ବାଲେଶ୍ବର ଜିଲ୍ଲାର ବ୍ଳକ୍ ଅନ୍ତର୍ଗତ ରାଉତପଡା ପଞ୍ଚାୟତର ବାରାହାପାଳ ଗ୍ରାମର କାଳିଆ ମୁର୍ମୁ ଓ ପତ୍ରଝଡ଼ା ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମର ରୁବିନା ବିବିଙ୍କର ଘର ଗତ ଅମ୍ଫାନ ବାତ୍ୟାରେ ଭାଙ୍ଗି ଯାଇଥିବାରୁ ୨୦୧୯ ନିର୍ବାଚନରେ କଂଗ୍ରେସର ବାଲେଶ୍ବର ଲୋକସଭା ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।

ବାତ୍ୟାର ଏକ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ପାଇନାହାନ୍ତି। ତହସିଲଦାରଙ୍କ ନିକଟରେ ଜଣାଇଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତଦନ୍ତ ହୋଇ ନାହିଁ। ଏହି ଖବର ନବଜ୍ୟୋତି ଜାଣିବା ପରେ ବସ୍ତା କଂଗ୍ରେସ ନେତାମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ଶନିବାର ଦିନ ବସ୍ତା ଯୁବ କଂଗ୍ରେସ ସଭାପତି ସୁଧାଂଶୁ ଶେଖର ଜେନା, ରବୀନ୍ଦ୍ର ଦାସ, ହରେକୃଷ୍ଣ ଦାସ ପ୍ରମୁଖ ସେମାନଙ୍କ ପାଖରେ ପଲିଥିନ୍, ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।

ପ୍ରକାଶ ଯେ ଶ୍ରୀ ପଟ୍ଟନାୟକ ଗରିବ ଲୋକଙ୍କର ସାହା ହୋଇ ରହିଛନ୍ତି। କରୋନା ଓ ଆମ୍ଫାନ ରେ ପ୍ରବାସୀ ଓଡ଼ିଆମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ସହିତ ଚାଷୀମାନଙ୍କୁ ବିହନ, ଭାଙ୍ଗି ଯାଇଥିବା ଘରର ପରିବାର ଲୋକଙ୍କୁ ସବୁପ୍ରକାର ସାହାଯ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର