ଉମରକୋଟ ବ୍ଲକ ଓ ପୌରପରିଷଦ ୨ ଦିନ ସଟ୍‌ଡାଉନ୍‌ ଘୋଷଣା

ନବରଙ୍ଗପୁର: ଉମରକୋଟ ବ୍ଲକ ଓ ପୌରପରିଷଦକୁ ନବରଙ୍ଗପୁର ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ୨ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଆଜି ମଧ୍ୟରାତିରୁ ଆରମ୍ଭ ହୋଇ ୨୯ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଏହି ସଟଡାଉନ ରହିବ। ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର। ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ଯେ ଉମରକୋଟ ସହରରେ ଲୋକେ ସାମାଜିକ ଦୂରତାକୁ ମାନୁନାହାନ୍ତି ଏବଂ ମାସ୍କର ବ୍ୟବହାର କମ ପରିମାଣର ହେଉଛି। କରୋନାର ଭୟାଭୟତାକୁ ଦୃଷ୍ଟିରେ ରଖି ସଟଡାଉନ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର