ଗୋପାଳକୁ ପାଗଳ ସଜେଇବା ପାଇଁ ସରକାର ପାଗଳ: ନରସିଂହ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ଗୋପାଳ ଦାସଙ୍କୁ ନେଇ ଆଜି ବଡ ବୟାନ ଦେଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର | ସେ କହିଛନ୍ତି ଯେ ଗୋପାଳ ଗତ ଦଶ ବର୍ଷ ମଧ୍ୟରେ କେତେ ଦିନ ଛୁଟି ନେଇଥିଲା ଏବଂ କାହିଁକି ନେଇଥିଲା ତାହାର ଉତ୍ତର ମୁଁ ଜାଣିବାକୁ ଚାହିଁଥିଲି । ଉତ୍ତରରେ ସରକାର କହିଛନ୍ତି ଯେ ମାନସିକ ଚିକିତ୍ସା ହେଉ କି କେଉଁ ବି ଚିକିତ୍ସା ପାଇଁ ଗୋପାଳ କୌଣସି ଦରଖାସ୍ତ ଦେଇନଥିଲା । ବହୁ ସମୟରେ ଛୁଟି ମାଗିଛି । ଅଧାରୁ ଅଧିକ ସମୟ ସ୍ତ୍ରୀର ଦେହ ଖରାପ ଦର୍ଶାଇ ଛୁଟି ମାଗିଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଗୋପାଳ ପାଗଳ ନଥିଲା କିମ୍ବା ପାଗଳ ନାହିଁ । ଯେତେବେଳେ ତାର ପରିବାର ଲୋକେ ଗଣମାଧ୍ୟମରେ କହିଲେ ସେ ପାଗଳ ସେହି ସମୟରେ ଗୋଟେ ଏକ୍ସପର୍ଟ ଟିମ ଏସସିବି ମେଡ଼ିକାଲର ତାକୁ ପରୀକ୍ଷାନିରୀକ୍ଷା କଲେ ଆଉ ତାର ମାନସିକ ଅବସ୍ଥା ଠିକ ଅଛି ବୋଲି କହିଲେ ।

ଅର୍ଥାତ ସରକାର ଡବଲ କନଫର୍ମ ହୋଇଗଲେ ଯେ ଗୋପାଳ ପାଗଳ ନୁହେଁ । କିନ୍ତୁ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆମେରିକାର ଏଜେନ୍ସି ତାକୁ ପରୀକ୍ଷା କରିବ ସେ ପାଗଳ କି ନୁହେଁ । ତା’ମାନେ ଗୋପାଳକୁ ପାଗଳ ବୋଲି ପ୍ରମାଣିତ କରିବା ରାଜ୍ୟ ସରକାର ପାଗଳ ହୋଇ ଯାଇଛନ୍ତି । ଏହାର ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଉଛି ଯେ ଆଇନ ଅନୁଯାୟୀ ଯେହେତୁ ଜଣେ ପାଗଳକୁ ଦଣ୍ଡିତ କରାଯାଇ ପାରିବ ନାହିଁ ତାକୁ ଖଲାସ କରିବାକୁ ଚାହୁଁଛନ୍ତି । ସେଥିରୁ ସନ୍ଦେହ ଘନୀଭୂତ ହେଉଛି କିଛି ଷଡ଼ଯନ୍ତ୍ର ଥିଲା ଆଉ ସେ ଷଡ଼ଯନ୍ତ୍ରରେ ହୁଏତ ସରକାର ନିଜେ ଜଡିତ ଥିଲେ । ସରକାରୀ ଦଳର ସଦସ୍ୟମାନେ ଜଡିତ ଥିଲେ । ତେଣୁ ତାହାକୁ ସ୍ପଷ୍ଟ କରିବା ଏକାନ୍ତ ଆବଶ୍ୟକ ।

ସମ୍ବନ୍ଧିତ ଖବର