ଏବେ ବିଜେଡି କରିବ ‘ଓଡ଼ିଶା – ମୋ ପରିବାର’

ବ୍ୟାପକ ବୃକ୍ଷରୋପଣ କରାଯିବ, ରକ୍ତଦାନ ସାମାଜିକ ଆନ୍ଦୋଳନ ହେବ, ବିପନ୍ନ ଓଡ଼ିଆଙ୍କୁ ସହାୟତା, ଅରୂପ ପଟ୍ଟନାୟକ ଆବାହକ

ଭୁବନେଶ୍ବର : ରାଜନୈତିକ ଦଳ ହିସାବରେ ସମାଜସେବା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିେଜଡି ସଭାପତି ନବୀନ ପଟ୍ଟନାୟକ ଆଜି ‘ଓଡ଼ିଶା-େମା ପରିବାର’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ସଂପର୍କରେ େଘାଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ଦଳ ପରିବେଶ, ସ୍ବାସ୍ଥ୍ୟ ସେବା କଲ୍ୟାଣ ଏବଂ ସହାୟତା ଉପରେ ଗୁରୁତ୍ବ ଦେବ।

କେବଳ େସତିକି ନୁେହଁ, ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଦଳର ଛାମୁଆ େନତାଙ୍କୁ ମୁଖିଆ ଦାୟିତ୍ବ େଦଇଛନ୍ତି। ପୂର୍ବତନ ମୁମ୍ବାଇ ପୁଲିସ କମିସନର ତଥା ଭୁବନେଶ୍ବର େଲାକସଭା ନିର୍ବାଚନମଣ୍ଡଳୀର ସାଂସଦ ପ୍ରାର୍ଥୀ ଅରୂପ କୁମାର ପଟ୍ଟନାୟକଙ୍କୁ ଆବାହକ ଭାବେ ଅବସ୍ଥାପିତ କରାଯାଇଛି। ବିଜେଡି ନେତା ପିନାକୀ ମିଶ୍ର, ଅଚ୍ୟୁତାନନ୍ଦ ସାମନ୍ତ, ଚନ୍ଦ୍ରଶେଖର ସାହୁ, ଅତନୁ ସବ୍ୟସାଚୀ ନାୟକ, ନଳିନୀକାନ୍ତ ପ୍ରଧାନଙ୍କ ସହ-ଆବାହକ ରହିବେ। ଏମାନଙ୍କ ବ୍ୟତୀତ ମନୋହର ରନ୍ଧାରୀ, ଅନନ୍ତ ନାରାୟଣ ଜେନା, ସୁଧୀର ସାମଲ, ସଂଜୀବ ମଲ୍ଲିକ୍, ଲତିକା ପ୍ରଧାନ, ରୀତା ତରାଇ, ଭାରତୀ ସିଂ, ସୁନିତା ବିଶ୍ବାଳ, ସନ୍ଧ୍ୟାକୁମାରୀ ନାୟକ, ଡେଜାଲିନ୍ ମହାପାତ୍ର, ଗୌରହରି ମିଶ୍ରଙ୍କୁ ସଭ୍ୟଭାବେ ନିଯୁକ୍ତି ଦିଆଯାଇଛି।

ଆଜି ବିଜେଡି କହିଛି, ଗତ ଅକ୍ଟୋବର ୨ ତାରିଖ ଦିନ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ସମାଜ ସେବା ସଂପର୍କରେ ସୂଚନା ଦେଇଥିଲେ। ଏହି କ୍ରମରେ ଏହି ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଆଜି ଏ ନେଇ େଘାଷଣା କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ‘‘ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଓଡ଼ିଶା ମା’ର ସେବା କରିଚାଲିଛି। ସେବା ସଂଗ୍ରାମ ଓ ସ୍ବାଭିମାନ େହଉଛି ବିଜେଡିର ଆଦର୍ଶ। ଓଡ଼ିଶାବାସୀଙ୍କ ଆଶୀର୍ବାଦ େହଉଛି ବିେଜଡିର ଶକ୍ତି।

ଚଳିତବର୍ଷ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ‘ଅହିଂସା’କୁ ସମ୍ବିଧାନରେ ମୁଖବନ୍ଧରେ ସ୍ଥାନ ଦେବାକୁ ଦାବି କରାଯାଇଛି।

ଗାନ୍ଧୀଜୀ ଥିଲେ ସେବାର ପ୍ରତୀକ। ଏଣୁ ବିଜୁ ଜନତା ଦଳ ଏହି କାର୍ଯ୍ୟକ୍ରମ େଘାଷଣା କରି ତାଙ୍କ ପ୍ରତି ସମ୍ମାନ ଜଣାଉଛି। ଏହା ଦଳର ପ୍ରମୁଖ ଅଂଶ ଭାବେ ସବୁବେଳେ କାମ କରିବ।’’

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବିଜୁ ବାବୁ ବିଜେଡିର ଆଦର୍ଶ। ସେ ଓଡ଼ିଆଙ୍କୁ ବହୁତ ଭଲ ପାଉଥିଲେ। ଓଡ଼ିଆ ଜାତିର ଗୌରବ ପାଇଁ ସବୁବେଳେ କାମ କରୁଥିଲେ। ଗରିବ, ଦୁଃଖୀ ବିପଦରେ ପଡିଲେ, େସ ହିଁ ପ୍ରଥମେ ତାଙ୍କୁ ସହାୟତାର ହାତ ବଢାଉଥିଲେ। ‘ଓଡ଼ିଶା-େମା ପରିବାର’ ବିଜୁ ବାବୁଙ୍କ ପ୍ରତି ମଧ୍ୟ ଏକ ଶ୍ରଦ୍ଧାଞ୍ଜଳି।

ଏହି କାର୍ଯ୍ୟକ୍ରମ ସଂପର୍କରେ ସୂଚନା େଦଇ ବିଜେଡି ସଭାପତି କହିଛନ୍ତି, ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ଦଳର କର୍ମୀମାନେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବେ। ଏ ଦିଗରେ େଲାକଙ୍କୁ ସଚେତନ କରାଇବେ। ରକ୍ତଦାନ ସେବା ଓ କଲ୍ୟାଣ କାର୍ଯ୍ୟକ୍ରମରେ ଏବେ ଦଳ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରୁଛି। ରକ୍ତଦାନକୁ ସାମାଜିକ ଆନ୍ଦୋଳନରେ ପରିଣତ କରିବା ତାଙ୍କର ଲକ୍ଷ୍ୟ। ଏହାକୁ ଦାୟିତ୍ବ ଭାବେ ଜ୍ଞାନ କରି ସମସ୍ତେ ଏଥିପାଇଁ ଆଗଭର ହେବାକୁ ପଡିବ। ବିପନ୍ନ ଓଡ଼ିଆଙ୍କୁ ସହାୟତା ଦେବା ସଂପର୍କରେ ସୂଚାଇ ନବୀନ କହିଛନ୍ତି, ଦେଶ ତଥା ବିଦେଶରେ କାମ କରୁଥିବା ଓଡ଼ିଶାବାସୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅସୁବିଧା ସାମ୍ନା କରୁଛନ୍ତି। ବିପଦ ସମୟରେ ସେମାନଙ୍କ ସାଙ୍ଗରେ ରହି ସେମାନଙ୍କୁ ଓ ତାଙ୍କ ପରିବାରକୁ ସହାୟତା ଦେବାକୁ ଦଳ କର୍ମୀ ଏଣିକି କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର