ମୁଖ୍ୟମନ୍ତ୍ରୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିନନ୍ଦନ

ଭୁବନେଶ୍ବର : ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌‌ରେ ଉଲ୍ଲେଖ କରିଛନ୍ତି ଯେ କାହିଁ କେଉଁ କାଳରୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରସ‌ଗୋଲା ଭୋଗ ଲାଗି ଆସୁଛି। ବିଶ୍ବର କୋଣ ଅନୁକୋଣରେ ଥିବା ଓଡ଼ିଆମାନେ ଏହାକୁ ପସନ୍ଦ କରିଥାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ସେହିପରି ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି। ଏହା ବିଶ୍ବରେ ଥିବା ଓଡ଼ିଆଙ୍କ ପାଇଁ ସବୁଠୁ ମିଠା ଖବର ବୋଲି ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ କହିଛନ୍ତି। ରସଗୋଲା ପ୍ରାଚୀନ ଓଡ଼ିଆ ସଂସ୍କୃତି ଓ ଭୋଜନର ଏକ ଅଂଶବିଶେଷ। ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ନେଇ ଓଡ଼ିଆଙ୍କ ପାଇଁ ଖୁସିର ଦିନ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର