ମୁମ୍ବାଇରେ ନବୀନଙ୍କୁ ବିରୋଧ, ପ୍ଲାକାର୍ଡ ପ୍ରଦର୍ଶନ

ଭୁବନେଶ୍ୱର : କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଆଜି ରାଜ୍ୟ ସରକାରଙ୍କୁ ଓଡ଼ିଶା ବାହାରେ ଅପଦସ୍ଥ ହେବାକୁ ପଡିଛି। ‘ଦି ଟଲ ମ୍ୟାନ୍‌’ ଉପସ୍ଥାପନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାକୁ ଯାଇଥିବା ସମୟରେ ମୁମ୍ବାଇରେ ପ୍ରବାସୀ ଓଡ଼ିଆ ମହାସଂଘ ପକ୍ଷରୁ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ପୀଡିତାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସରକାର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ବିକ୍ଷୋଭକାରୀ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ମୁମ୍ବାଇରୁ ଓଡିଆ ଚିଟ୍‌ଫଣ୍ଡ କମ୍ପାନି ଶାସକ ଦଳ ନେତାଙ୍କ ସହାୟତାରେ ଲୁଟ କରିଥିଲା ବେଳେ କେବେ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ମିଳିବ ବୋଲି ମଧ୍ୟ ବିକ୍ଷୋଭକାରୀ ନାରାବାଜି କରିଥିଲେ। ଏହି ବିକ୍ଷୋଭରେ ଉପାସନା ମହାପାତ୍ର ଓ ଶ୍ରୀକାନ୍ତ ପାଢୀ ପ୍ରମୁଖ ଅନେକ ପ୍ରବାସୀ ଓଡିଆ ସାମିଲ ଥିଲେ ।

ସମ୍ବନ୍ଧିତ ଖବର