ମାଓବାଦୀ ଗିରଫ

ମାଲକାନଗିରି : ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ଜଣେ ମାଓବାଦୀକୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଏବଂ ୨୪୦ ସିଆରପିଏଫ ବାଟାଲିୟନର ଯବାନ ଭାଂସି ଥାନା ଅନ୍ତର୍ଗତ କମାଲୁର ଜଂଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଜନମିଲିସିଆ ସଦସ୍ୟ ଜୋଗା ଭାସ୍କର ଜଙ୍ଗଲରେ ଥିବା ରହିଥିବା ସୂଚନା ପାଇଥିଲେ। ଏହାପରେ ଚାରିପଟୁ ଘେରି ଯାଇ ଜୋଗାକୁ ଗିରଫ କରାଯାଇଥିଲା। ସେ ବିଶାଖାପାଟଣମ୍‌ ଏବଂ କିରନ୍ଦୁଲ ରାସ୍ତା ନିର୍ମାଣରେ ନିୟୋଜିତ ହୋଇଥିବା ଯାନବାହାନକୁ ନିଆଁ ଲଗାଇବା ଘଟଣାରେ ସାମିଲ ଥିବା ପୁଲିସ କହିଛି। ଗତ ଫେବ୍ରୁଆରି ୧୬ ତାରିଖ ଦିନ କମାଲୁର ଏବଂ ଝିରକା ରେଳ ଲାଇନକୁ କାଟିବାରେ ମଧ୍ୟ ସାମିଲ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର