ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ରଖାଯାଇଥିବା ଶବରୁ ଆଖି ଗାଏବ ଘଟଣା: ଏନ୍‌ଏଚଆର୍‌ସିଙ୍କ ରିପୋର୍ଟ ତଲବ

କଟକ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ରଖାଯାଇଥିବା ଶବରୁ ଆଖି ଗାଏବ ଘଟଣାରେ ଜାତୀୟ ମାନବାଧିକାର କମିସନ୍(ଏନଏଚଆରସି) ରିପୋର୍ଟ ତଲବ କରିଛନ୍ତି। କଟକ କଲ୍ୟାଣୀନଗରର ଡକ୍ଟର ଅଭୟ ରଂଜନ ପଟ୍ଟନାୟକଙ୍କ ଏ ସଂପର୍କିତ ଅଭିଯୋଗକୁ କମିସନ ଗ୍ରହଣ କରି ଚାରି ସପ୍ତାହ ଭିତରେ ରିପୋର୍ଟ ଦାଖଲ ପାଇଁ ଅନୁଗୁଳ ଏସ୍‌ପି ଏବଂ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ରିପୋର୍ଟରେ ସ୍ପଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ରଖାଯାଇଥିବା ୧୨ ବର୍ଷର ଝିଅର ଶବରୁ ଆଖି କେହି ନେଇ ଯାଇଥିବା ଅଭିଯୋଗ ହୋଇଥିଲା। ଏହାର ଦୁଇ ଦିନ ପରେ ୨୦୧୯, ଜୁଲାଇ ୨୩ରେ ପୁଣି ଏହି ଅଭିଯୋଗ ହୋଇଥିଲା। ଅନୁଗୁଳ ଛେଣ୍ଡିପଦା ରାସ୍ତାରେ ଜୁଲାଇ ୨୨ରେ ଦୁର୍ଘଟଣାରେ ଜଣେ ମଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର