ସରକାରଙ୍କୁ ସନ୍ଦେହ ଘେରକୁ ଟାଣିଲେ ପିସିସି ସଭାପତି : ବେସରକାରୀ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ନେଇ ପ୍ରଶ୍ନ ଉଠାଇଲେ

କାଳିଆ ଓ ଚାଷୀ ଆତ୍ମହତ୍ୟା ନେଇ ବି ସରକାରଙ୍କୁ ଟାର୍ଗେଟ୍

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ଟଙ୍କା ବେସରକାରୀ ବ୍ୟାଙ୍କରେ କାହା ନିର୍ଦ୍ଦେଶରେ ରହିଛି? ଏ ନେଇ ଖବର ପ୍ରକାଶ ପାଇବା ପରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କହିଛନ୍ତି, ଶ୍ରୀମନ୍ଦିର ଟଙ୍କା ଘରୋଇ ବ୍ୟାଙ୍କରେ ରହିବା ନେଇ ସରକାରଙ୍କ ପାଖରେ ଖବର ଅଛି କି ନାହିଁ। ଆଇନ ବିଭାଗ ଏ ନେଇ ନିର୍ଦ୍ଦେଶ ଦେଇଥିଲା କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି। ଏହାସହିତ ସେ ଆହୁରି ଅଭିଯୋଗ କରିଛନ୍ତି, ଚାଷୀଙ୍କ ପାଇଁ ଘୋଷଣା ହୋଇଥିବା କାଳିଆ ଯୋଜନା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଥିଲା। ଏବେ ନିର୍ବାଚନ ସରିବା ସହିତ ତାର ଉଦ୍ଦେଶ୍ୟ ବି ପୂରା ହୋଇଯାଇଛି। ରାଜ୍ୟରେ ଚାଷୀ ଆତ୍ମହତ୍ୟାକୁ ସରକାର ମନା କରୁଥିବାବେଳେ ସଂସଦରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଚାଷୀ ଆତ୍ମହତ୍ୟା ହୋଇଥିବା କଥା କହିଥିଲେ। କାହା କଥା ଠିକ୍, ଏ ନେଇ ସରକାର ସ୍ପଷ୍ଟ କରିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଥିଲେ।

ସମ୍ବନ୍ଧିତ ଖବର