ନିରଞ୍ଜନଙ୍କ ଉପରେ ଆସ୍ଥା ରଖିଲେ ସୋନିଆ

ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ୨୦୧୯ ସାଧାରଣ  ନିର୍ବାଚନରେ କଂଗ୍ରେସର ପରାଜୟ ସତ୍ୱେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ | ୨୦୧୯ ନିର୍ବାଚନ ପାଇଁ ଗଠିତ ସବୁ  କମିଟିର ଭଙ୍ଗ ଘୋଷଣା କରାଯାଇଥିବା ବେଳେ ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତି ଅପରିବର୍ତ୍ତିତ ରହିବେ ବୋଲି ଏଆଇସିସି ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି | କଂଗ୍ରେସ ପକ୍ଷରୁ ପ୍ରକାଶିତ ପ୍ରେସ ରିଲିଜରେ ନିରଞ୍ଜନଙ୍କ ହାତରେ ଓଡିଶା କଂଗ୍ରେସର ମଙ୍ଗ ରହିବ ବୋଲି ଜଣାପଡିଛି |

ତେବେ ପ୍ରଦେଶ କଂଗ୍ରେସର ସମସ୍ତ ପଦାଧିକାରୀଙ୍କୁ ଦାୟିତ୍ବରୁ ଓହରା ଯାଇଥିବାବେଳେ ସମସ୍ତ କମିଟିକୁ ମଧ୍ୟ ବରଖାସ୍ତ କରିଦିଆଯାଇଛି | ସେହିପରି ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ଏଆଇସିସି(ଅଲ ଇଣ୍ଡିଆ କଂଗ୍ରେସ କମିଟି) ର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ପ୍ରେସ ରିଲିଜରେ ଲେଖିଛନ୍ତି |

ସେହିପରି ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପିସିସି ସଭାପତି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମେଶ୍ୱର ଓରାମଙ୍କୁ ଚୟନ କରାଯାଇଛି | ପୂର୍ବରୁ ରାମେଶ୍ୱର କେନ୍ଦ୍ରୀୟ ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ମଧ୍ୟ ଥିଲେ | ସେହିପରି ରାମେଶ୍ୱରଙ୍କୁ ସହଯୋଗ କରିବା ପାଇଁ ୫ ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ମଧ୍ୟ ମନୋନୀତ କରାଯାଇଛି |

ସମ୍ବନ୍ଧିତ ଖବର