ଅଣ୍ଡା ମାଡ଼କୁ ନିରଞ୍ଜନଙ୍କ ନାପସନ୍ଦ

ଭୁବନେଶ୍ବର : ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍‌କୁ ଅଣ୍ଡାମାଡ଼ ହୋଇଛି। ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିଥିବା ଅଭିଯୋଗ ହୋଇଛି। ମାତ୍ର ଅଣ୍ଡା ମାଡ଼ ଘଟଣାକୁ ନାପସନ୍ଦ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଅଣ୍ଡା ମାଡ଼ କଲେ କ’ଣ ସମସ୍ୟାର ସମାଧାନ ହୋଇଯିବ? ଅଣ୍ଡା ମାଡ଼, ଟମାଟୋ ମାଡ଼, ଟେକା ମାଡ଼ରେ ସମସ୍ୟାର ସମାଧାନ ହେବ ନାହିଁ। ଏହା ଜନତାଙ୍କ ଆକ୍ରୋଶ ଭାବନାର ଫଳ। ତେବେ ମମିତା ଘଟଣାରେ ନିରପେକ୍ଷ ତଦନ୍ତ କରାଯାଉ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ପାଇଁ ବିଭିନ୍ନ ରାଜନୈତିକ ଦଳ ଦାବି କରୁଛନ୍ତି। ଏହି ଭିତ୍ତିରେ ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ଓ ବିଧାୟକଙ୍କ ଉପରେ ଗତ କିଛିଦିନ ହେବ ଅଣ୍ଡାମାଡ଼ ହେଉଛି।

ସମ୍ବନ୍ଧିତ ଖବର